ମୋଦିଙ୍କ ‘ମନ୍ କି ବାତ୍’: ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

ମୋଦିଙ୍କ ‘ମନ୍ କି ବାତ୍’: ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିଛନ୍ତି। ଆଜିର କାର୍ଯ୍ୟକ୍ରମରେ ସେ କରୋନା ଭୂତାଣୁ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ କହି ଦେଶବାସୀଙ୍କୁ କରୋନା ସହ ଯୁଦ୍ଧ କରି ଜିତିବା ଲାଗି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।

ଦେଶରେ କରୋନା ସଂକ୍ରମଣର ସ୍ଥିତିକୁ ନଜରରେ ରଖି ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିଛି। ଯାହା ଫଳରେ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଜାଣିଛି ଯେ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ମୋ ଉପରେ ରାଗିଛନ୍ତି। ମୁଁ ଆପଣମାନଙ୍କ ପରିସ୍ଥିତି ବୁଝିପାରୁଛି। କିନ୍ତୁ କରୋନା ସହ ଲଢ଼ିବାକୁ ଏଭଳି ପଦକ୍ଷେପ ଅତ୍ୟନ୍ତ ଜରୁରୀ ଥିଲା ଏବଂ ମୋ ପାଖରେ ଅନ୍ୟ କୌଣସି ରାସ୍ତା ନ ଥିଲା ବୋଲି ମୋଦି ଜନତାଙ୍କୁ କହିଛନ୍ତି।

ମୋଦି କହିଛନ୍ତି ଯେ, ସାରା ଦୁନିଆରେ କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଦେଖିବା ପରେ ଲାଗୁଛି ଯେପରି କେବଳ ଏହି ଗୋଟିଏ ରାସ୍ତା ରହିଛି। ଆପଣମାନେ ଯାହା ବି ସମସ୍ୟା ଭୋଗିଛନ୍ତି, ସେଥିପାଇଁ ମୁଁ ପୁଣି କ୍ଷମା ମାଗୁଛି। ମୁଁ ଜାଣିଛି ଆପଣମାନେ ମୋତେ କ୍ଷମା କରିଦେବେ। ରୋଗ ପରବର୍ତ୍ତୀ ସମୟରେ ଅସାଧ୍ୟ ରୂପ ନେଇଥାଏ। କରୋନା ଭୂତାଣୁ ସାରା ଦୁନିଆରେ ନିଜ କେନ୍ଦ୍ର ବନେଇସାରିଛି। ମଣିଷକୁ ମାରିବାକୁ ଏହି ଭୂତାଣୁ ଜିଦ୍ ଧରି ବସିଛି। ଏଣୁ ଆମ ସମସ୍ତଙ୍କୁ ଏକାଠି ହୋଇ ସଂକଳ୍ପ ନେବାକୁ ହେବ।

ପ୍ରଧାନମନ୍ତ୍ରୀ ମୋଦି ପୁଣି କହିଛନ୍ତି, ଏହି ଲକଡାଉନର ଉଦ୍ଦେଶ୍ୟ ଆପଣମାନଙ୍କୁ ସଂକ୍ରମଣରୁ ବଞ୍ଚାଇବା। ଏଣୁ ଆପଣମାନଙ୍କୁ ନିଜକୁ ବଞ୍ଚାଇବା ସହ ପରିବାରକୁ ବଞ୍ଚାଇଇବାକୁ ହେବ। ମୁଁ ବି ଜାଣେ ଯେ କେହି ବି ଆଇନ୍ ଭାଙ୍ଗିବାକୁ ଚାହାନ୍ତିନାହିଁ। ହେଲେ କେତେଜଣ ଏହି ଆଇନର ପାଳନ କରିପାରୁ ନାହାନ୍ତି। ସାରା ଦୁନିଆରେ ଏଭଳି ଲୋକମାନେ ଆଜି ପଶ୍ଚାତାପ କରୁଛନ୍ତି। ଦୁନିଆରେ ସବୁଠାରୁ ବଡ଼ ସୁଖ ହେଉଛି ସ୍ୱାସ୍ଥ୍ୟ। ଏଭଳି ସ୍ଥଳେ ନିୟମ ଭାଙ୍ଗି ସେମାନେ ନିଜ ଜୀବନ ସହ ଖେଳୁଛନ୍ତି ବୋଲି ମୋଦି କହିଛନ୍ତି।

‘ମନ୍ କି ବାତ୍’ ଜରିଆରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସହ ଆଗଧାଡ଼ିରେ ରହି ଯୁଦ୍ଧ କରୁଥିବା ସେହି ସମସ୍ତ ଯୋଧ୍ୟାଙ୍କଠାରୁ ଆମକୁ ପ୍ରେରଣା ନେବାର ଆବଶ୍ୟକତା ରହିଛି। ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନଠାରୁ ଆମକୁ ଶିଖିବା ଉଚିତ୍। ସେହିପରି କରୋନାକୁ ହରାଇଥିବା ଲୋକମାନଙ୍କଠାରୁ ମଧ୍ୟ ଆମକୁ ଅନେକ କିଛି ଶିଖିବାର ଅଛି ବୋଲି ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି।



from Odisha Reporter https://ift.tt/2UrLgxt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages