କରୋନା: ଶନିବାର ଆମେରିକାରେ ୪୫୦ ଜଣଙ୍କର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

କରୋନା: ଶନିବାର ଆମେରିକାରେ ୪୫୦ ଜଣଙ୍କର ମୃତ୍ୟୁ

ଓ୍ୱାଶିଂଟନ: କରୋନା ଭାଇରସ ସହିତ ମୁକାବିଲା କରିବା ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଚାଇନା ପରେ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରରେ ମଧ୍ୟ କରୋନା ତା’ର ଦୌରାତ୍ମ ଦେଖାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାସ୍ଥ୍ୟସେବାକୁ ନେଇ ଅନେକ ପଦକ୍ଷେପ ନେବା ପରେ ମଧ୍ୟ ମୃତ୍ୟୁ ସଂଖ୍ୟା କମୁନାହିଁ। ଶନିବାର ଏହି ଘାତକ ଭାଇରସରେ ୪୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଆମେରିକାରେ ୨,୨୨୭ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୨୩,୭୫୦ ଛୁଇଁଛି। ମୃତକଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ମଧ୍ୟ ରହିଛି।

କରୋନା ସଂକ୍ରମଣ ତାଲିକାରେ ଏବେ ଆମେରିକା ଶୀର୍ଷରେ ରହିଥିବା ବେଳେ କରୋନାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନା ଏବେ ତୃତୀୟ ସ୍ଥାନକୁ ଖସି ଆସିଛି। ଦ୍ୱିତୀୟ ସ୍ଥାନରେ ଇଟାଲୀ ରହିଛି। ଇଟାଲୀରେ ୯୨,୪୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ୧୦,୦୨୩ ରହିଛି। ମୃତକଙ୍କ ସଂଖ୍ୟା ତୁଳନାରେ ଏଯାବତ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। କରୋନାକୁ ରୋକିବାରେ ବିଫଳ ବୋଲି ଇଟାଲୀ ସରକାର ହାତ ଟେକି ଦେଇଛନ୍ତି।

ଚାଇନାରେ ଏବେ ସ୍ଥିତି ସ୍ୱାଭାବିକ ହୋଇଛି। ହୁବେଇ ରାଜ୍ୟର ଉହାନରୁ ଏହି ଭାଇରସ ପ୍ରଥମେ ବ୍ୟାପିଥିଲା। ଏବେ ଉହାନ ସ୍ୱାଭାବିକ ହୋଇଛି। ବସ ପାଖରୁ ଆରମ୍ଭ କରି ସମସ୍ତ ସେବା ଏବେ ଉପଲବ୍ଧ ରହିଛି।



from Odisha Reporter https://ift.tt/2Uu5KWt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages