ଅକ୍ଷୟ ୨୫ କୋଟି ଦାନ କରିବା ପୂର୍ବରୁ ଟ୍ୱିଙ୍କଲ ପଚାରିଥିଲେ ଗୋଟିଏ ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ଅକ୍ଷୟ ୨୫ କୋଟି ଦାନ କରିବା ପୂର୍ବରୁ ଟ୍ୱିଙ୍କଲ ପଚାରିଥିଲେ ଗୋଟିଏ ପ୍ରଶ୍ନ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢ଼େଇ ଜାରି ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକୁ ସାହାଯ୍ୟ କରିବାକୁ ସିନେ ତାରକାମାନେ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ‘ଖିଲାଡ଼ୀ କୁମାର’ ଅକ୍ଷୟ। ଏଯାବତ୍ ଯେତେ ସବୁ ଷ୍ଟାର୍ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅକ୍ଷୟ ସବାଧିକ ଦାନ କରିଛନ୍ତି। ସେ ‘ପିଏମ୍‌ କେୟାରସ୍‌ ଫଣ୍ଡ’କୁ ୨୫ କୋଟି ଟଙ୍କା ଦେଇଛନ୍ତି। ତେବେ ଏତେ ପରିମାଣର ଟଙ୍କା ଦେବା ପୂର୍ବରୁ ତାଙ୍କ ପତ୍ନୀ ଟ୍ୱିଙ୍କଲ୍‌ଙ୍କ ଗୋଟିଏ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟ୍ୱିଙ୍କଲ କେବଳ ଏତିକି ପଚାରିଥିଲେ ଯେ ସେ ବୁଝିବିଚାରି ଏତେ ପରିମାଣରେ ଟଙ୍କା ଦାନ କରୁଛନ୍ତି ତ? କାରଣ ଦାନର ପରିମାଣ ବହୁତ। ଏ ବିଷୟରେ ନିଜେ ଟ୍ୱିଙ୍କଲ ଟ୍ୱିଟ୍ କରି କହିଛନ୍ତି। ତା’ହେଲେ ଅକ୍ଷୟ ତାଙ୍କ ଉତ୍ତରରେ କ’ଣ କହିଥିଲେ। ସେ ବିଷୟରେ ବି ଟ୍ୱିଙ୍କଲ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।
ଅକ୍ଷୟ କହିଥିଲେ ଯେ ସେ ଯେତେବେଳେ ଆରମ୍ଭ କରିଥିଲେ ତାଙ୍କ ପାଖରେ କିଛି ନଥିଲା। ବର୍ତ୍ତମାନ ସେ ଏହି ସ୍ଥିତିରେ ଅଛନ୍ତି। ତେଣୁ ଯେଉଁମାନଙ୍କର କିଛି ନାହିଁ, ସେମାନଙ୍କୁ ସାହାଯ୍ୟ କରିବାରୁ ସେ କେମିତି ନିଜକୁ ରୋକିପାରିବେ।


ଅକ୍ଷୟଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ଟ୍ୱିଙ୍କଲ ଗର୍ବ ଅନୁଭବ କରୁଛନ୍ତି। ସେ କରିଥିବା ଟ୍ୱିଟ୍‌ରେ ଏ କଥା ବି ଉଲ୍ଲେଖ କରିଛନ୍ତି। ଟ୍ୱିଟର ୟୁଜରମାନେ ମଧ୍ୟ ଏନେଇ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେମାନେ ଅକ୍ଷୟଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

‘ବାହୁବଲୀ’ ଫେମ୍‌ ତଥା ଦକ୍ଷିଣୀ ଷ୍ଟାର ପ୍ରଭାସ ୪ କୋଟି ଟଙ୍କା ଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୩ କୋଟି ଟଙ୍କା ଦେଇଥିବା ବେଳେ ଉଭୟ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫୦ ଲକ୍ଷ ଟଙ୍କା ଲେଖାଏ ଦାନ କରିଛନ୍ତି। ହ୍ରିତିକ୍ ରୋଶନ ମହାରାଷ୍ଟ୍ର ସରକାରଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିବା ବେଳେ ବରୁଣ ଧୱନ ‘ପିଏମ୍‌- କେୟାରସ୍‌’କୁ ୩୦ ଲକ୍ଷ ଦେଇଛନ୍ତି। ତା’ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ସେ ୨୫ ଲକ୍ଷ ଟଙ୍କା ଦେଇଛନ୍ତି। ଦକ୍ଷିଣୀ ଷ୍ଟାର୍ ପବନ କଲ୍ୟାଣ ଭାରତ ସରକାରଙ୍କୁ ୨ କୋଟି ଟଙ୍କାର ସହାୟତା ଦେଇଛନ୍ତି। ସେହିଭଳି ମହେଶ ବାବୁ ୧ କୋଟି, ଅଲ୍ଲୁ ଅର୍ଜୁନ ୧କୋଟି ୨୫ ଲକ୍ଷ ଟଙ୍କା ଦେଇଛନ୍ତି। ଭେଟେରାନ୍ ଆକ୍ଟର କମଲ ହାସନ କୋରନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ତାଙ୍କ ଘରକୁ ଡାକ୍ତରଖାନା କରିବାକୁ ପ୍ରସ୍ତାବ ଦେଇଛନ୍ତି। କମେଡି କିଙ୍ଗ୍ କପିଲ ଶର୍ମା ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।


from Odisha Reporter https://ift.tt/3at0UOH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages