ଆମେରିକାରେ ରହି ତାଳି ମାରିଲେ ଦେଶୀ ଗାର୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

ଆମେରିକାରେ ରହି ତାଳି ମାରିଲେ ଦେଶୀ ଗାର୍ଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ଦିଗରେ ବର୍ତ୍ତମାନ ସୁଦ୍ଧା ସ୍ୱଚ୍ଛତା ଏବଂ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ପ୍ରତିଷେଧକ ଭାବେ ଜଣାପଡ଼ିଛି। ଏଣୁ ରବିବାର ସମସ୍ତ ଦେଶବାସୀଙ୍କୁ ‘ଜନତା କର୍ଫ୍ୟୁ’ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଥିଲେ, ଯାହା ସଫଳ ମଧ୍ୟ ରହିଥିଲା। ଏହି ଅବସରରେ  ସ୍ୱାସ୍ଥ୍ୟସେବା, ଗଣମାଧ୍ୟମ, ସ୍ୱଚ୍ଛତା କର୍ମଚାରୀ, ପୋଲିସ ସେବା, ଟ୍ରାଫିକ୍ ସେବା ଭଳି ଜରୁରୀ ସେବା ପ୍ରଦାନକାରୀଙ୍କୁ ସନ୍ଧ୍ୟା ୫ଟାରେ ଘଣ୍ଟି, ତାଳି ବଜାଇ ଧନ୍ୟବାଦ ଜଣାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଏଥିରେ ଜନସାଧାରଣଙ୍କ ସମେତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ସାମିଲ ହୋଇଥିଲେ। ତେବେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏଥିରୁ ବାଦ୍ ଯାଇନାହାନ୍ତି। ଦେଶୀ ଝିଅ ତଥା ବିଦେଶୀ ବୋହୁ ପ୍ରିୟଙ୍କା ଆମେରିକାରେ ଥାଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇଛନ୍ତି।

ବଲିଉଡ୍ ଦେଶୀ ଗାର୍ଲ ପ୍ରିୟଙ୍କା ବାହାଘର ପରେ ଆମେରିକାରେ ରହୁଛନ୍ତି। ପ୍ରଥମେ ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ‘ଜନତା କର୍ଫ୍ୟୁ’ ପାଳନ କରୁଥିବା ଦେଖିବାକୁ ମିଳିଛି। ସେ ରବିବାର ସନ୍ଧ୍ୟା ୫ଟା ସମୟରେ ନିଜ ବାଲକୋନୀକୁ ଯାଇ ତାଳି ବଜାଇ ଧନ୍ୟବାଦ ଜଣାଇଥିଲେ। ଏହାସହ ଲେଖିଥିଲେ ଯେ, ସାରା ଦୁନିଆରେ ଥିବା ଭାରତୀୟ ନିଜ ବାଲକୋନୀକୁ ଯାଇ ତାଳି ବଜାଇ କୋଭିଡ୍-୧୯ ସହ ଲଢ଼ୁଥିବା ଡାକ୍ତର, ନର୍ସ, ଗଣମାଧ୍ୟମ କର୍ମୀ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯଦିଓ ମୁଁ ଏହି ଅବସରରେ ଭାରତରେ ନାହିଁ, କିନ୍ତୁ ଭାବନାତ୍ମକ ସ୍ତରରେ ମୁଁ ଭାରତରେ ଅଛି।

ପ୍ରିୟଙ୍କାଙ୍କ ଆମେରିକାରେ ଥାଇ ମଧ୍ୟ ଭାରତୀୟଙ୍କ ପାଇଁ ‘ଜନତା କର୍ଫ୍ୟୁ’ ରେ ସାମିଲ ହେବାକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ପ୍ରିୟଙ୍କାଙ୍କ ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଅନ୍ୟପଟେ ଅମିତାଭ ବଚ୍ଚନ, ଅନୁପମ ଖେର, ମଲାଇକା ଅରୋରା, ଅର୍ଜୁନ କପୁର, କିୟାରା ଆଡଭାନୀ ଏବଂ କାର୍ତ୍ତିକ ଆର୍ୟନଙ୍କ ଭଳି ଅନେକ ବଲିଉଡ୍ ତାରକା ମଧ୍ୟ ରବିବାର ସନ୍ଧ୍ୟା ୫ଟା ବେଳେ ଶଙ୍ଖ, ତାଳି, ଘଣ୍ଟ, ଘଣ୍ଟି ବଜାଇ ଜରୁରୀ ସେବା ପ୍ରଦାନକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।



from Odisha Reporter https://ift.tt/2UsEQgm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages