ଭବନେଶ୍ୱର(ଓଡିଶା ରିପୋର୍ଟର): ଏବେ ପୂରା ବିଶ୍ୱକୁ କରୋନା ଚିନ୍ତା ଘାରିଛି। ଏପର୍ଯ୍ୟନ୍ତ ଏହା ପାଇଁ ଠୋସ୍ କିଛି ଔଷଧ ବା ଟୀକା ଆସିନାହିଁ। ତେଣୁ ସଚେତନ ରହିବା ଓ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ସେହିଭଳି ଏକାଠି ଅଧିକ ଲୋକ ଠୁଳ ହେବାକୁ ମନା କରାଯାଇଛି। ଖାସ୍ ସେଥିପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି ଓ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।
ସରକାରଙ୍କ ଏହି ଅଭିଯାନରେ ବଲିଉଡ୍ ଭଳି ଓଲିଉଡ୍ର କଳାକାରମାନେ ମଧ୍ୟ ସାମିଲ ହୋଇ ଲୋକଙ୍କୁ ସଚେତନ କରୁଛନ୍ତି। ଏହିକ୍ରମରେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଏକ ଭିଡିଓ ସୋଶାଲ୍ ମିଡିଆରେ ଦେଖିବାକୁ ମିଳିଛି, ଯାହାକୁ ତାଙ୍କ ଅଭିନେତା ପୁଅ ବାବୁସାନ୍ ମଧ୍ୟ ଶେଆର କରିଛନ୍ତି। ଏଥିରେ ଅପରାଜିତା ଲୋକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, କରୋନା ମୁକାବିଲା କରିବା ପାଇଁ ସଚେତନତା ହିଁ ଏକ ମାତ୍ର ଉପାୟ। ଆପଣ ମାନେ ଘରେ ରୁହନ୍ତୁ । ନିୟମକୁ ମାନି ଚଳନ୍ତୁ। ଏମିତି ଏକ ବିପତ୍ତି ସମୟରେ ଆମେ ସମସ୍ତେ ଏକାଠି ହେବା ଓ ମନୋବଳ ଦୃଢ଼ ରଖିବା। ଆମେ ଏତେ ବି ଦୁର୍ବଳ ନୁହନ୍ତି। ଆମେ ଲଢ଼ିପାରିବା ଆଉ ଜିତିବା। ଆଉ ଏଇଟା ଏବେ କରୋନକୁ ଭଲ କରିବାର ଔଷଧ।
ବାବୁସାନ୍ ଏହି ଭିଡିଓକୁ ତାଙ୍କ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରି ତାଙ୍କ ମା’ କ’ଣ କହୁଛନ୍ତି ଶୁଣନ୍ତୁ ଓ ଏହି ରୋଗର ଭୟାବହତାକୁ ବୁଝି ସମସ୍ତେ ଘରେ ରୁହନ୍ତି ବୋଲି ଲେଖିଛନ୍ତି।
ସୂଚନାଯୋଗ୍ୟ, ଓଲିଉଡର ଅନ୍ୟ କଳାକାରମାନେ ମଧ୍ୟ ଏବେ ଘରେ ରହୁଛନ୍ତି। ଶୁଟିଂ ବନ୍ଦ ଥିବାରୁ ସେମାନେ ଘରଲୋକଙ୍କ ସହ ସମୟ ବିତାଉଛନ୍ତି। ଅଭିନେତ୍ରୀ ଏଲିନା ଏହି ଲକଡାଉନ ସମୟରେ ତାଙ୍କ ଗାଁ ଭଦ୍ରକଙ୍କୁ ପଳେଇଥିବା ବେଳେ ତମାନ୍ନା ଘରେ ରହି ଠାକୁର ପୂଜା କରୁଛନ୍ତି ଏବଂ ରୋଷେଇ କରି ଭିଡିଓ ଶେଆର କରୁଛନ୍ତି।
from Odisha Reporter https://ift.tt/39vDWVX
No comments:
Post a Comment