ମୁମ୍ୱାଇ: ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଯୋଡ଼ି ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଦୁହେଁ ମୁମ୍ୱାଇରେ ସେମାନଙ୍କ ଆଗାମୀ ଫିଲ୍ମ ‘ଫାଇଟର୍’ର ଶୁଟିଂ କରୁଛନ୍ତି। ସେମାନଙ୍କର ଶୁଟିଂ ସମୟର କିଛି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏଗୁଡ଼ିକୁ ୟୁଜର୍ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି।
ଗୋଟିଏ ଫଟୋରେ ଅନନ୍ୟା ବିଜୟଙ୍କ ବାଇକ୍ରେ ବସିଥିବା ବେଳେ ଅନ୍ୟ ଏକ ଫଟୋରେ ବିଜୟ ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ତେଣୁ ଦୁହିଁଙ୍କର ଏହି କେମେଷ୍ଟ୍ରିକୁ ନେଇ ଫ୍ୟାନ୍ମ୍ୟାନେ ସୋଶାଲ ମିଡିଆରେ ମଜାଳିଆ କମେଣ୍ଟ ଦେବାରେ ଲାଗିଛନ୍ତି।
କିଛି ଫ୍ୟାନ୍ ବିଜୟ ଦେବରକୋଣ୍ଡା ଓ ଅନନ୍ୟାଙ୍କ ନାମକୁ ମିଶାଇ ନୂଆ ନାମ ‘ଅନାକୋଣ୍ଡା’ ମଧ୍ୟ ରଖିସାରିଛନ୍ତି।
ସୋଶାଲ ମିଡିଆରେ ଏକ ମେମେ ମଧ୍ୟ ଭାଇରାଲ୍ ହେଉଛି। ଏଥିରେ ଲେଖାଯାଇଛି, ବିରାଟ କୋହଲି ଓ ଅନୁଷ୍କା ଶର୍ମାକୁ ମିଶାଇଲେ ‘ବିରୁଷ୍କା’ ଏବଂ ରଣବୀର୍ ସିଂହ ଓ ଦୀପିକା ପାଦୁକୋନ୍କୁ ମିଶାଇଲେ ‘ଦୀପବୀର୍’। ସେହିପରି ବିଜୟ ଦେବରକୋଣ୍ଡା ଓ ଅନନ୍ୟାଙ୍କୁ ମିଶାଇ ‘ଅନାକୋଣ୍ଡା’।
ସୂଚନାଯୋଗ୍ୟ, ଫିଲ୍ମ ‘ଫାଇଟର୍’କୁ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଉଛନ୍ତି। ମୁମ୍ୱାଇରେ ଏହାର ଶୁଟିଂ ସରିବା ପରେ ବିଦେଶରେ ଶୁଟିଂ ହେବ। ଫିଲ୍ମଟିକୁ କରଣ ଜୋହର୍ ଓ ଅପୂର୍ବ ମେହେତା ମିଶି ପ୍ରଡ୍ୟୁସ୍ କରୁଛନ୍ତି। ହିନ୍ଦୀ ଓ ଦକ୍ଷିଣ ଭାରତର ବିଭିନ୍ନ ଭାଷାରେ ଏହାକୁ ରିଲିଜ୍ କରାଯିବ।
from Odisha Reporter https://ift.tt/2Ij61Va
No comments:
Post a Comment