ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଦେଓକୁପୁଲିଠାରେ ଥିବା ଏକ କ୍ରସର ପରିସରରେ ଘଟିଛି ବିଦ୍ୟୁତ୍ ଅଘଟଣ। ପାର୍କିଂସମୟରେ ଉପର ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଟିପ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।
ଗତକାଲି ସନ୍ଧ୍ୟାରେ କ୍ରସର ପରିସରରେ ଟିପ୍ପର ପାର୍କିଂ ବେଳେ ଏପରି ଅଘଟଣ ଘଟିଛି। ଡ୍ରାଇଭର ଡାଲାକୁ ଉପରକୁ ଉଠାଇ ଦେବାରୁ ଟିପ୍ପରର କ୍ୟାବିନ୍ ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇଥିଲା। ସଙ୍ଗେସଙ୍ଗେ ଟିପ୍ପରରେ ବିଦ୍ୟୁତ୍ ଚାର୍ଜ ହୋଇ ଯିବା ସହ ନିଆଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପର ପକ୍ଷେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ମୁନିଗୁଡା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
from Odisha Reporter https://ift.tt/3cJqIHS
No comments:
Post a Comment