ଚୌଦ୍ୱାର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର କାଜଲକଣା ନିକଟରୁ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର କାଠ କୋଇଲାକୁ ବନ ବିଭାଗ ଜବତ କରିଛି। ଏଥିସହ ଏକ ପିକଅପ୍ ଗାଡ଼ିକୁ ଜବତ କରାଯାଇଛି।
ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରୁ ଦୀର୍ଘଦିନ ହେବ ବେଆଇନ ଭାବେ କାଠ କୋଇଲା ଚାଲାଣ କରାଯାଉଥିଲା। ଏନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ଚୌଦ୍ୱାର ବନପାଳଙ୍କ ନେତୃତ୍ୱରେ ଏକ ଟିମ୍ ବିଳମ୍ୱିତ ରାତିରେ ନୂଆପାଟଣା କଫିବାର ନିକଟରେ ଜଗି ରହିଥିଲା।
ଏହି ସମୟରେ ଖୁଣ୍ଟୁଣୀରୁ ଭୁବନେଶ୍ୱର ବାଳକାଟି ଯାଉଥିବା ଏକ ପିକଅପ୍ ଗାଡ଼ିରେ ୪୫ ବସ୍ତାରୁ ଅଧିକ କାଠ କୋଇଲା ଯାଉଥିବା ଗାଡ଼ି ଉପରେ ବନ ବିଭାଗ ଚଢ଼ଉ କରିଥିଲା। କୋଇଲା ସମେତ ଏହି ଗାଡ଼ିକୁ ବନ ବିଭାଗ ଜବତ କରିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି।
from Odisha Reporter https://ift.tt/2J3rfGN
No comments:
Post a Comment