ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶ ଲକଡାଉନ, ସମସ୍ତେ ଘରେ ଏକାନ୍ତବାସ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି, ଏହି ସମୟକୁ ଖୁସିରେ ଅତିବାହିତ କରିବାକୁ ଅଭିନେତ୍ରୀ ଏଲିନା ତାଙ୍କ ଗାଁକୁ ପଳେଇଛନ୍ତି। ପୂରା ପରିବାର ସହ ସେ ଏବେ ଗାଁରେ ଅଛନ୍ତି। ଯାହାର ସୂଚନା ସେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଦେଇଛନ୍ତି।
ବାପାଙ୍କ ସହ ସେ ଏକ ଫଟୋ ଶେଆର କରି ଏଲିନା ଲେଖିଛନ୍ତି, ହାପି କ୍ୱାରେଣ୍ଟାଇନ। ଫଟୋରେ ଏଲିନା ତାଙ୍କ ବାପାଙ୍କୁ ଆଲିଙ୍ଗନ କରି ହସୁଥିବାର ଦେଖିବାକୁ ମିଳିଛି।
ଏଲିନାଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ଭୂମିକା ମଧ୍ୟ କମେଣ୍ଟ କରିଛନ୍ତି ଏବଂ ସେ ମଧ୍ୟ ଗାଁକୁ ଯିବାକୁ ଚାହୁଁଥିଲେ ବୋଲି କହିଛନ୍ତି।
ତେବେ ଏଲିନାଙ୍କ ଏହି ପୋଷ୍ଟକୁ କିଛି ଲୋକ ପସନ୍ଦ କରିଥିବା ବେଳେ କିଛି ଲୋକ ତାଙ୍କୁ କଟାକ୍ଷ କରି ‘ଗାଁ କୁ ଗଲେ କରୋନା ପଳେଇବନି’ ବୋଲି କହିଛନ୍ତି।
କିଛି ଦିନ ତଳେ ଏଲିନା ତାଙ୍କ ଗାଁରେ ରହି ଏକ ଭିଡ଼ିଓ ଶେଆର କହିଥିଲେ। ଏହି ଲକ ଡାଉନ ସମୟରେ ଗାଁରେ କିଛି ସମୟ ବିତାଇବାକୁ ମିଳିଛି। ଖୁସି ଲାଗୁଚି ଗାଁରେ ପ୍ରାକୃତିକ ପରିବେଶ ମଧ୍ୟରେ ଅଛି। କିନ୍ତୁ ଏମିତି ଜରୁରୀକାଳୀନ ପରିସ୍ଥିତିରେ ଯେଉଁମାନେ ଆମ ପାଇଁ କାମ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ବୋଲି ସେ କହିଥିଲେ ।
from Odisha Reporter https://ift.tt/2JezmAv
No comments:
Post a Comment