ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ମହିଳାଙ୍କ ଶରୀରରେ କରୋନା ଭାଇରସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ମହିଳାଙ୍କ ଶରୀରରେ କରୋନା ଭାଇରସ

ମୁମ୍ବାଇ: ମାର୍ଚ୍ଚ ୨୪ରେ ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଅର୍ଥାତ ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ମହାରାଷ୍ଟ୍ରରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ରେ ପହଞ୍ଚି ଯାଇଛି। ପୂର୍ବରୁ ୩ ଜଣ ମହାରାଷ୍ଟ୍ର ବିଭିନ୍ନ ସ୍ଥାନରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।

ନାଭି ମୁମ୍ବାଇରେ ରହୁଥିବା ମହିଳା ଜଣଙ୍କ ଶରୀରରେ କରୋନା ଭାଇରସରେ ଯେଉଁ ଭଳି ଲକ୍ଷଣ ଦେଖାଯାଏ, ସେଭଳି ରୋଗ ସବୁ ଦେଖିବାକୁ ମିଳିଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ପୂର୍ବରୁ ତାଙ୍କର କୌଣସି କରୋନା ପରୀକ୍ଷା କରାଯାଇ ନଥିଲେ। ହେଲେ ମୃତ୍ୟୁ ପରେ ତାଙ୍କ ନମୁନାକୁ ପରୀକ୍ଷା ପାଇଁ ପଠା ଯାଇଥିଲା।

ଆଜି ସକାଳେ ତାଙ୍କର ରିପୋର୍ଟ ମିଳିଥିଲା। ଏଥିରେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ଏବେ ପ୍ରଶାସନ ପକ୍ଷରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବାର ବ୍ୟବସ୍ଥା କରାଯାଉଛି। ମହିଳା ଜଣଙ୍କ ଜଣେ ବିଦେଶୀ ନାଗରିକଙ୍କ ସଂସ୍ପର୍ଶରେ ଆସି ଏଭଳି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।



from Odisha Reporter https://ift.tt/2UhcmXT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages