ଲକ୍‌ଡାଉନ୍‌ରେ କୁକୁଡ଼ା ଭିଡିଓ ଶେଆର କଲେ କପିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ଲକ୍‌ଡାଉନ୍‌ରେ କୁକୁଡ଼ା ଭିଡିଓ ଶେଆର କଲେ କପିଲ୍‌

ମୁମ୍ବାଇ: କାରୋନା ଭାଇରସର ମୁକାବିଲା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ ବେଶ୍ କିଛି ଦିନ ଆଗରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ତଥା ସଂକ୍ରମଣକୁ ବ୍ୟାପିବାକୁ ରୋକିବାକୁ ଫିଲ୍ମ ଓ ଟେଲିଭିଜନ ସିରିଏଲ୍‌ ଗୁଡ଼ିକର ଶୁଟିଂ ବନ୍ଦ କରି ଦିଆଯାଇଥିଲା। ଏଣୁ ବଲିଉଡ୍‌ ଓ ଟେଲି କଳାକାରମାନେ ଘରେ ହିଁ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ କରୋନା ନେଇ ସୋଶାଲ୍ ମିଡିଆରେ ଲୋକଙ୍କୁ ସଚେତନ କରୁଛନ୍ତି। ଅନ୍ୟପକ୍ଷରେ କମେଡି କିଙ୍ଗ୍ କପିଲ ଶର୍ମା ଘରେ ବସି ଲୋକଙ୍କୁ ସଚେତନ କରିବା ସହିତ ମନୋରଞ୍ଜନ ବି କରୁଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମଜାଦାର ଭିଡିଓ ଶେଆର କରିଛନ୍ତି ଓ ତାହା ସହିତ ଏକ ମେସେଜ୍ ବି ଦେଇଛନ୍ତି।

ଲକ୍‌ଡାଉନ୍ ସତ୍ତ୍ୱେ କିଛି ଲୋକ କିଛି ଜରୁରୀ କାମ ନ ଥିଲେ ବି ଘରୁ ବାହାରୁଥିବା ଦେଖିବାକୁ ମିଳୁଛି। ଖାସ୍ ସେମାନଙ୍କ ପାଇଁ  କପିଲ କୁକୁଡାଙ୍କର ଏହି ଭିଡିଓ ଶେଆର କରିଛନ୍ତି। ଏଥିରେ କୁକୁଡ଼ାମାନେ ବାହାରେ ଦାନା ଖାଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଅଚାନକ ପୁଲିସ୍‌ ଗାଡ଼ିର ସାଇରନ୍‌ ବାଜିବା ଶୁଣି ଭାଡ଼ି ଭିତରକୁ ପଶି ଯାଉଥିବା ଦେଖିବାକୁ ମିଳିଛି।

ଭିଡିଓଟିକୁ ଶେଆର କରି କପିଲ ଲେଖିଛନ୍ତି, “ଏମାନଙ୍କଠାରୁ କିଛି ଶିଖନ୍ତୁ। ଘରେ ରୁହନ୍ତୁ। ଜୀବନ ବଞ୍ଚାନ୍ତୁ।” କପିଲଙ୍କର ଏହି ମଜାଳିଆ ପୋଷ୍ଟକୁ ସୋଶାଲ୍ ମିଡିଆରେ ୧୨ ଲକ୍ଷରୁ ଅଧିକ ଥର ଲୋକେ ଦେଖି ସାରିଲେଣି। ଭିଡିଓଟିକୁ ପସନ୍ଦ କରିବା ସହ ଲୋକମାନେ କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣେ ଲେଖିଛନ୍ତି, ‘ଏହା ହିଁ ଲକ୍‌ଡାଉନ୍‌ର ଭୟ।’

ସୂଚନାଯୋଗ୍ୟ, ବର୍ତ୍ତମାନ ଲକ୍‌ଡାଉନ୍‌ ପାଇଁ କପିଲଙ୍କ କମେଡି ଶୋ’ର ଶୁଟଂ ବନ୍ଦ ରହିଛି। ତେବେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଶୋ’ର ପୁରୁଣା ଏପିସୋଡ୍‌ଗୁଡ଼ିକର ଟେଲିକାଷ୍ଟ କରାଯାଉଛି।



from Odisha Reporter https://ift.tt/2UCwgLM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages