ଲକ୍‌ଡାଉନରେ ଲଭ୍, ବଢ଼ିଲା କଣ୍ଡୋମ, ମାସ୍କର ଅନ୍ ଲାଇନ୍ ବିକ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

ଲକ୍‌ଡାଉନରେ ଲଭ୍, ବଢ଼ିଲା କଣ୍ଡୋମ, ମାସ୍କର ଅନ୍ ଲାଇନ୍ ବିକ୍ରି

ନୂଆଦିଲ୍ଲୀ: ୧୯୬୦ ଦଶକରେ ବିଟଲେଶ ପ୍ରେମକୁ ନେଇ ଏକ କବିତା ଲେଖିଥିଲେ। ଯେଉଁଥିରେ ସେ ଲେଖିଥିଲେ (all you need is love, love is all you need) ଏହାର ଅର୍ଥ ତୁମକୁ ପ୍ରେମ ଦରକାର, ପ୍ରେମର ତୁମର ଆବଶ୍ୟକତା ରହିଛି। ଆଉ ଏହା ହେଉଛି ପ୍ରେମକୁ ଉଜ୍ଜୀବିତ ରଖିବା ଏବଂ ବୟସ ହେଲେ ମଧ୍ୟ ଦମ୍ପତ୍ତିଙ୍କୁ ଯୁବ ମାନସିକତାରେ ରଖିବାର ମାଧ୍ୟମ।

କରୋନା ଭାଇରସ ପାଇଁ ଏବେ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍। ଅଫିସ୍ ଛୁଟି, ବାହାରେ କାମ ନାହିଁ। ଭୋଜି ଭାତ ବାତିଲ୍ ରହିଛି। ଦୋକାନ ବଜାର ପାଖରୁ ଆରମ୍ଭ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ବାତିଲ୍ ରହିଛି। ସାମାଜିତ ଦୂରତ୍ୱକୁ ରକ୍ଷା କରିବା ପାଇଁ ଏବେ ସମସ୍ତେ ଘରେ। ହେଲେ ଏହାରି ଭିତରେ ଇ-କମର୍ସ ସାଇଟ୍ ସେବା ଯୋଗାଇ ପାରୁଛନ୍ତି ସରକାରଙ୍କ ନିୟମ ମୁତାବିକ। ଏହାରି ଭିତରେ ଅନେକ ଦମ୍ପତ୍ତି କଣ୍ଡୋମ୍ ଏବଂ ଗର୍ଭ ନିରୋଧ ଟାବଲେଟ୍ ଅର୍ଡର କରୁଛନ୍ତି ବୋଲି ରିପୋର୍ଟ ଆସିଛି। ଯାହାକି ବହୁ ଅଧିକ। ଯେଉଁ କେତେକ ଜିନିଷ ଅନ ଲାଇନ୍ ଅର୍ଡର ଜରିଆରେ ଆସୁଛି ସେଥିମଧ୍ୟରେ ଏହି ଦୁଇଟି ଜିନିଷର ଚାହିଦା ଅଧିକରୁ ଅଧିକ ରହିଛି।

କରୋନା ଭାଇରସ ପାଇଁ ଯଦିଓ ମାନ୍ଦାବସ୍ଥା ରହିଛି। ହେଲେ କଣ୍ଡୋମ ଏବଂ ଗର୍ଭନିରୋଧକ ଔଷଧ ତିଆରି କରୁଥିବା ଫାର୍ମାସଂସ୍ଥା ମାନେ ଆବଶ୍ୟକତାରୁ ଅଧିକ ଲାଭବାନ ହୋଇଛନ୍ତି। ଏମିତିକି ୨୦୩୩ ପର୍ଯ୍ୟନ୍ତ କରୋନା ଭାଇରସ ଏଭଳି ଦୌରାତ୍ମ ଦେଖାଉ। ଲୋକମାନେ ଏକାନ୍ତବାସରେ ରୁହନ୍ତୁ ବୋଲି ମଜାଳିଆ ଢଙ୍ଗରେ କହିଛନ୍ତି।

ସେହିଭଳି ଅନ୍ୟାନ୍ୟ ପ୍ରଡକ୍ଟ ଅର୍ଡର ବାବଦରେ ଇ-କମର୍ସ ସାଇଟ୍ ରିପୋର୍ଟ ଦେଇଛନ୍ତି। ମାସ୍କର ଷ୍ଟକ୍ ଶେଷ ହୋଇଯାଇଛି। ଅନେକ ଲୋକ ଏବେ କ୍ଲୋରୋକ୍ଇନ୍ ଏବଂ ଭିଟାମିନ୍ ସି ଦାବି କରୁଛନ୍ତି। ହେଲେ କଣ୍ଡୋମର ବିକ୍ରି ବୃଦ୍ଧି ପାଇଛି ବୋଲି ଦକ୍ଷିଣ ଦିଲ୍ଲୀର ନୂଆ ଫ୍ରେଣ୍ଡ କଲୋନୀ ଅଞ୍ଚଳରେ ଲୋୟାଲ ଫାର୍ମାସିର ଶାହା ନୱାଜ କହିଛନ୍ତି।

ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲ୍ (SGRH) ର ପରାମର୍ଶଦାତା ତଥା ମାନସିକ ରୋଗ ବିଶେଷଜ୍ଞ ରାଜୀବ ମେହେଟା କହିଛନ୍ତି, ଏଭଳି ମହାମାରୀ ସମୟରେ ଯୌନ ସହଭାଗୀତାଙ୍କ ସଂଖ୍ୟା ବଢ଼ିଛି। କରୋନା ଭାଇରସ ଏବେ ଦୌରାତ୍ମ ଦେଖାଉଥିବାରୁ ୨୦୨୨ ବେଳକୁ କରୋନା ଭାଇରସ ଛୁଆଙ୍କ ଜନ୍ମ ସଂଖ୍ୟା ନବଢ଼ୁ ବୋଲି ସେ କହିଛନ୍ତି।

ସାଧାରଣତଃ ଲୋକମାନେ ଆଜିର ପ୍ରେଫସନାଲ ଜୀବନଶୈଳୀରେ ଘରେ ଅଧିକ ସମୟ ରହିବା ସମ୍ଭବ ହୋଇନଥାଏ। ହେଲେ ଏବେ ସ୍ଥିତି ଓଲଟା ରହିଛି। ଯେଉଁମାନେ ଚାକିରୀ ଏବଂ ବ୍ୟବସାୟ କାରଣରୁ ସ୍ତ୍ରୀ, ପ୍ରେମିକାକୁ ସମୟ ଦେଇପାରୁନଥିଲେ। ଏବେ ସମୟ ମିଳିବାରୁ ସହଭାଗୀତାରେ ଯୌନ ସମ୍ପର୍କ ଅଧିକ ବଢ଼ିଛି।

ତେବେ ଏଭଳି ସ୍ଥିତିକୁ ନେଇ କିଛି ଦମ୍ପତ୍ତି ଖୁସି ପ୍ରକାଶ କରିଛନ୍ତି। ଆଉ କିଛି ଏକାନ୍ତବାସକୁ ଗୁରୁତ୍ୱ ଦେଇ ଦୂରତା ରକ୍ଷା ଉପରେ ଏବଂ ପରିବାରର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି।



from Odisha Reporter https://ift.tt/2Uq5DuX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages