‘କରୋନା’ ମୁକାବିଲା ପାଇଁ ୪କୋଟି ଦାନ କଲେ ପ୍ରଭାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

‘କରୋନା’ ମୁକାବିଲା ପାଇଁ ୪କୋଟି ଦାନ କଲେ ପ୍ରଭାସ

ମୁମ୍ବାଇ: ସାରା ବିଶ୍ୱ ଏବେ କରୋନା ଭାଇରସ୍ ସହ ମୁକାବିଲା କରୁଛି। ଭାରତରେ ମଧ୍ୟ ଏହା ବିରୁଦ୍ଧରେ ଲଢ଼େଇ ଜାରି ରହିଛି। ଏଥି ନିମନ୍ତେ ୨୧ ଦିନିଆ ଲକଡାଉନ୍ ଚାଲିଛି, ଯାହା ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଚାଲିବ। ଏପରି ସ୍ଥିତିରେ ଫିଲ୍ମ ଜଗତ ସହିତ ଜଡ଼ିତ ବ୍ୟକ୍ତିମାନେ ‘କରୋନା’ ମୁକାବିଲା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଗୁଡ଼ିକୁ ଆର୍ଥିକ ସହାୟତା ଦେଉଛନ୍ତି। ଏଥିରେ ସାମିଲ ହୋଇଛନ୍ତି ସାଉଥ୍ ସୁପରଷ୍ଟାର୍ ପ୍ରଭାସ୍।

ପ୍ରଭାସ୍ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ଦେଇଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ଲକ୍ଷ ଓ ଆନ୍ଧ୍ରପ୍ରେଦଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ପ୍ରଭାସଙ୍କ ପୂର୍ବରୁ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍ ମଧ୍ୟ ୧ କୋଟି ୨୫ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ଏମାନଙ୍କ ବ୍ୟତୀତ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ୧ କୋଟି ଟଙ୍କା, ଅଭିନେତା ପବନ କଲ୍ୟାଣ ୨ କୋଟି, ରାମଚରାଣ ୭୦ ଲକ୍ଷ  ଏବଂ ସୁପରଷ୍ଟାର ମହେଶ ବାବୁ ୧ କୋଟି ଟଙ୍କା ଦାନ କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ପ୍ରଭାସ୍ ଜର୍ଜିଆରୁ ଫେରିଥିଲେ। ସେଠାରେ ତାଙ୍କ ଫିଲ୍ମ ‘ପ୍ରଭାସ୨୦’ର ଶୁଟିଂ ହେଉଥିଲା। ସେଠାରେ ତାଙ୍କ ସହ ଅଭିନେତ୍ରୀ ପୂଜା ହେଗଡ଼େ ମଧ୍ୟ ଥିଲେ। ତେବେ ବିଦେଶରୁ ଫେରି ଦୁହେଁ ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶାନୁଯାୟୀ ନିଜକୁ ୧୪ ଦିନ ଯାଏଁ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ। ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି।

 



from Odisha Reporter https://ift.tt/33XGDOH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages