ସୋସାଇଟି ନେଉନି କ୍ଷୀର, ରାସ୍ତାରେ ଢାଳିଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

ସୋସାଇଟି ନେଉନି କ୍ଷୀର, ରାସ୍ତାରେ ଢାଳିଲେ ଚାଷୀ

ସୋର (ଶଶିକାନ୍ତ ବେହେରା): କରୋନା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରି ଦିଆଯାଇଛି। ଲକ୍‌ଡାଉନ୍‌ ପାଇଁ ଦୁଗ୍ଧ ଚାଷୀ ବହୁ କ୍ଷତି ସହୁଛନ୍ତି l  ସୋସାଇଟି ପକ୍ଷରୁ କ୍ଷୀର ସଂଗ୍ରହ କରାଯାଉ ନଥିବାରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ଗତକାଲି ଦୁଗ୍ଧ ଚାଷୀ କ୍ଷୁବ୍ଧ ହୋଇ ୮୦ ଲିଟରରୁ ଅଧିକ କ୍ଷୀର  ରାସ୍ତାରେ ଢାଳି ଦେଇଥିଲେ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ରଣିଆଗଞ୍ଜ ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ତାଳକୁରୁଣିଆ ପଞ୍ଚାୟତର ରଣିଆଗଞ୍ଜ ଗାଁର ୩୫ ଊର୍ଦ୍ଧ୍ୱ ମହିଳା ଦୁଗ୍ଧ ଚାଷୀ ଗୋପାଳପୁର ବଜାରରେ ଥିବା ଶୀତଳ ଭଣ୍ଡାର ବାମୁଲକୁ କ୍ଷୀର ଦିଅନ୍ତି। ସୋସାଇଟି ଶୀତଳ ଭଣ୍ଡାରରୁ କ୍ଷୀର ନେଇ ଥାଏ। ହେଲେ ପାଞ୍ଚ ଦିନ ହେବ ସୋସାଇଟି କ୍ଷୀର ନ ନେଉନଥିବାରୁ ଶୀତଳଭଣ୍ଡାର  ଚାଷୀମାନଙ୍କ କ୍ଷୀର ରଖିବାକୁ ମନା କରିଦେଲା। ଶେଷରେ ଦୁଗ୍ଧ ଚାଷୀମାନେ କ୍ଷୁବ୍ଧ ହୋଇ ରାସ୍ତାରେ ୮୦ ଲିଟରରୁ ଅଧିକ କ୍ଷୀର ଢାଳି ଦେଇଥିଲେ।



from Odisha Reporter https://ift.tt/2WL658F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages