ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଭୁତିଆରବାହାଲ ଗାଁରେ ପୋଖରୀରେ ବୁଡ଼ି ଜଣେ ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ଅମଲେଶ ପାଳ।
ଆଜି ସକାଳେ ଅମଲେଶ ନିଜ ମାଆଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ତାଙ୍କ ମାଆ ଲୁଗାପଡ଼ା ସଫା କରୁଥିବା ବେଳେ ଅସାବଧାନତା ବଶତଃ ଅମଲେଶ ପୋଖରୀ ଭିତରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଶିଶୁର ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ବନ୍ଧପଡ଼ା ଫାଣ୍ଡି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/3dyndEt
No comments:
Post a Comment