କରୋନା ପାଇଁ ଆମେରିକା ସ୍ଥିତି ଜଟିଳ, ହଜାରେ ନିକଟବର୍ତ୍ତୀ ହେଲା ମୃତ୍ୟୁସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

କରୋନା ପାଇଁ ଆମେରିକା ସ୍ଥିତି ଜଟିଳ, ହଜାରେ ନିକଟବର୍ତ୍ତୀ ହେଲା ମୃତ୍ୟୁସଂଖ୍ୟା

ୱାଶିଂଟନ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମହାମାରୀ କରୋନା ଆଗରେ ଏକ ପ୍ରକାରର ଅସହାୟ ହୋଇ ପଡ଼ିଛି। କରୋନାର ମୁକାବିଲା ପାଇଁ ଅନ୍ୟ ଦେଶମାନଙ୍କୁ ସହାୟତାର ହାତ ବଢ଼ାଇଥିବା ଆମେରିକା ନିଜେ କିନ୍ତୁ ଏହି ଭାଇରସ ଆଗରେ ଏବେ ନାଚାର ଭଳି ସ୍ଥିତିକୁ ଚାଲି ଆସିଛି। ପ୍ରତିଦିନ ଏଠାରେ ଖୁବ କ୍ଷୀପ୍ର ଗତିରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ଏଠାରେ ଆଉ ୧୬୪ ଜଣଙ୍କ ମୃତ୍ୟୁ ଘଟିବା ପରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୪୪ରେ ପହଞ୍ଚି ଯାଇଛି। କରୋନା ଆମେରିକାରେ ମାଡ଼ି ଚାଲିଥିବାରୁ ଏଠାରେ ଇଟାଲୀ ଓ ଚାଇନା ଠାରୁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ମଧ୍ୟ କରିଛି। କରୋନାର ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୀମା ସିଲ କରିବା ସହ ସମସ୍ତ ପ୍ରକାରର କଟକଣା ଲଗାଇଛନ୍ତି।

ଏପରି କି ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ତଥାପି ଏଠାରେ କରୋନା ଥମିବାର ନାଁ ଧରୁନି। ୨୪ ଘଣ୍ଟା ମଧ୍ୟରେ ୧୧, ୧୯୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପେନ ଠାରୁ ବି ବଳି ଯାଇଛି।

ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୫୧୫ ରହିଥିବା ବେଳେ ଆମେରିକାରେ ଏହି ସଂଖ୍ୟା ୬୬, ୦୪୮ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ମାତ୍ର ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ୬୪,୭୧୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯଦି ସ୍ଥିତି ଏମିତି ଜାରି ରହିବ, ତା’ହେଲେ ଆମେରିକା ପରିସ୍ଥିତି ଏକ ପ୍ରକାରର ସଂଗୀନ ଅବସ୍ଥାକୁ ଚାଲିଯିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2UIomRs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages