ନୂଆଦିଲ୍ଲୀ: କରୋନା ଯୋଗୁ ଇରାନ୍ରେ ଫସିଥିବା ୨୭୭ ଭାରତୀୟଙ୍କୁ ବୁଧବାର ଉଦ୍ଧାର କରାଯାଇ ଭାରତ ଅଣାଯାଇଛି। ଏମାନଙ୍କ ମଧ୍ୟରୁ କେହି ବି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। ତେବେ ପୂର୍ବରୁ ଇରାନରେ ଫସିଥିବା ୨୫୫ ଭାରତୀୟ କରୋନାରେ ଆକ୍ରାନ୍ତ ଥିବା ଭାରତ ସରକାର ସଂସଦରେ ସ୍ପଷ୍ଟ କରିଥିଲେ।
ତେଣୁ ଏହି ୨୭୭ ଜଣ କେମିତି କରୋନା ଭାଇରସରେ ଆକ୍ରାନ୍ତ ହୋଇନାହାନ୍ତି, ତା’କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଇରାନ୍ରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୭୭ ଭାରତୀୟଙ୍କୁ ଯୋଧପୁର ଅଣାଯାଇଥିଲା।
ଏହାପରେ ଏୟାରପୋର୍ଟରେ ସମସ୍ତଙ୍କର ଭଲ ଭାବେ ସ୍କ୍ରିନିଂ କରାଯାଇଥିଲା। ସେଠାରୁ ସମସ୍ତଙ୍କୁ ଯୋଧପୁର ମିଲିଟାରୀ ଷ୍ଟେସନରେ ନିର୍ମାଣ କରାଯାଇଥିବା ସ୍ୱତନ୍ତ୍ର ୱାର୍ଡକୁ ନିଆଯାଇଛି। ଏଠାରେ ଏମାନେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବେ। ରାଜସ୍ଥାନ ମେଡିକାଲ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ସହାୟତାରେ ସେନା ପକ୍ଷରୁ ଏମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
from Odisha Reporter https://ift.tt/2QLwv6l
No comments:
Post a Comment