୪ ବର୍ଷର ସଞ୍ଚୟ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦେଲେ ସ୍କୁଲ୍‌ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

୪ ବର୍ଷର ସଞ୍ଚୟ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦେଲେ ସ୍କୁଲ୍‌ ଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକେ ସରକାରଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଉଛନ୍ତି। ଏଥିସହ ସାଧାରଣ ଲୋକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌ ତଥା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆକରି ଖୋଲା ଯାଇଥିବା ‘ପିଏମ୍ କେୟାରସ୍‌ ଫଣ୍ଡ’କୁ ଦାନ କରୁଛନ୍ତି। ଆଉ ଏଥିରେ ସାମିଲ ହୋଇଛନ୍ତି ଜଣେ ସ୍କୁଲ୍ ଛାତ୍ରୀ। ତାଙ୍କ ନାଁ ଆଦ୍ୟାଶା ଆଦ୍ୟାସ୍ମିତା। ଗଞ୍ଜାମ ଜିଲ୍ଲାର ଆଇଆରଇଏଲ୍‌ ସ୍କୁଲ୍‌ରେ ପଢ଼ୁଥିବା ଆଦ୍ୟାଶା ତାଙ୍କର ୪ ବର୍ଷ ସଞ୍ଚୟକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି। ସେ ଘରେ କୁମ୍ପିରେ ଏହି ଟଙ୍କା ସଞ୍ଚୟ କରି ରଖିଥିଲେ। ସେ ଗଞ୍ଜାମ ଉପ-ଜିଲ୍ଲାପାଳଙ୍କୁ ଭେଟି ଏହି ଅର୍ଥ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ଟ୍ୱିଟ୍ କରାଯାଇଥିଛି। ଏଥିରେ ଆଦ୍ୟାଶାଙ୍କୁ ଧନ୍ୟବାଦ ଦିଆଯାଇଛି। ତା’ସହିତ କରୋନା ଭଳି ବିଶ୍ୱବ୍ୟାପୀ ମହାମାରୀ ବିରୋଧରେ ଲଢ଼େଇ କରିବା ପାଇଁ ଓଡ଼ିଶା ଯେଉଁ ପ୍ରୟାସ ଚଳାଇଛି, ତାକୁ ଆହୁରି ସଶକ୍ତ କରିବାକୁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଆଦ୍ୟାଶାଙ୍କ ଏହି ମହତ କାର୍ଯ୍ୟ ପ୍ରେରଣା ଯୋଗାଇବ ବୋଲି ଏଥିରେ କୁହାଯାଇଛି।



from Odisha Reporter https://ift.tt/2Js8hdq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages