ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍‌ ସାର୍ଟିଫିକେଟ୍‌ ଏବଂ ଗାଡ଼ି ପରମିଟ୍‌ ଆଦିର ନବୀକରଣ କରାଇବାର ଅବଧିକୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଜୁନ୍‌ ୩୦ ତାରିଖ ଯାଏ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଲର୍ଣ୍ଣିଂ ଲାଇସେନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ୍‌ର ବୈଧତାକୁ ମଧ୍ୟ ଜୁନ୍ ୩୦ ତାରିଖ ଯାଏ ବଢ଼ାଇ ଦେଇଛନ୍ତି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ନେଇ ଏକ ଟ୍ୱିଟ୍  କରିଛନ୍ତି।

ଏହି ଟ୍ୱିଟ୍‌ରେ ଲେଖାଯାଇଛି, କେନ୍ଦ୍ର ସରକାର ଫିଟ୍‌ନେସ୍‌, ପଞ୍ଜୀକରଣ, ପରମିଟ୍ ଓ ଡିଏଲ୍‌ ଆଦିର ବୈଧତାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଯଦିଓ ଏଥିରେ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନାହିଁ, ତଥାପି ଆମେ ଓଡ଼ିଶାରେ ଲର୍ଣ୍ଣିଂ ଲାଇସେନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ୍‌ର ବୈଧତାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇବୁ।

କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ନିଷ୍ପତ୍ତି ପ୍ରକାରେ ୧ ଫେବୃଆରୀ ୨୦୨୦ ପରେ ଏବଂ ଜୁନ୍‌ ୩୦ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍‌ ସାର୍ଟିଫିକେଟ୍‌ ଏବଂ ଗାଡ଼ି ପରମିଟ୍‌ ଆଦିର ଅବଧି ସରିଥିଲେ ମଧ୍ୟ ଏସବୁକୁ ବୈଧ ବୋଲି ବିଚାର କରାଯିବ। ଏପ୍ରିଲ ୧୪ ଯାଏ ଲକ୍‌ଡାଉନ୍‌ ରହିଥିବାରୁ ଏହି ସମୟରେ କାଗଜ ପତ୍ର ନବୀକରଣ କରାଇବା ଅସମ୍ଭବ ହୋଇପଡ଼ିଛି। ଏପରିକି ଲକ୍‌ଡାଉନ୍‌ ସରିବା ପରେ ମଧ୍ୟ ଯଥା ସମୟରେ ନବୀକରଣ କରାଇବା ସହଜ ହେବନି। ତେଣୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ନିର୍ଦ୍ଦେଶରେ କୁହାଯାଇଛି, “ଏହି ନିର୍ଦ୍ଦେଶନାମାକୁ ଚିଠି ଆକାରରେ ଏବଂ କାମରେ ଲଗାଇବାକୁ ଅନୁରୋଧ କରାଯାଉଛି। ଫଳରେ ଲକ୍‌ଡାଉନ୍‌ ଭଳି ସମୟରେ ଲୋକେ, ପରିବହନ ସଂସ୍ଥା ଏବଂ ଅନ୍ୟ ସଂସ୍ଥା ଜରୁରୀକାଳୀନ ସେବାରେ ସମସ୍ୟା ଭୋଗ କରିବେନି।”



from Odisha Reporter https://ift.tt/39uRWir

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages