ଚେକିଂ ବେଳେ ହାବିଲଦାରଙ୍କୁ ଘୋଷାରି ନେଲେ ବାଇକ୍‌ ଚାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ଚେକିଂ ବେଳେ ହାବିଲଦାରଙ୍କୁ ଘୋଷାରି ନେଲେ ବାଇକ୍‌ ଚାଳକ

ଭଦ୍ରକ (ପାର୍ଥ ସାରଥୀ ନାୟକ): କରୋନା କବଳରୁ ରକ୍ଷା ପାଇବାକୁ ସାମାଜିକ ଦୂରତ୍ୱ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ କଡାକଡି ପାଳନ ନିମନ୍ତେ ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ପୁଲିସ୍‌ ଯାଞ୍ଚ କଡାକଡ଼ି କରୁଥିବା ବେଳେ କେତେକ ସ୍ଥାନରେ ଅମାନିଆ ବାଇକ୍‌ ଚାଳକଙ୍କ ଆକ୍ରୋଶର ଶିକାର ହେଉଛି।

ଆଜି ଜଣେ ବାଇକ୍‌ ଚାଳକଙ୍କୁ ଅଟକାଇବାକୁ ଯାଇ ଜଣେ ହାବିଲଦାର ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଏପରି ଅଘଟଣ ଘଟିଛି। 

ଧାମନଗର ଥାନା ସମ୍ମୁଖରେ ଆଜି ସକାଳେ ଚେକିଂ ହେଉଥିଲା। ଏହି ସମୟରେ ଜଣେ ଯୁବକ ଦ୍ରୁତ ଗତିରେ ବାଇକ୍ ନେଇ ଯାଉଥିଲେ। ପୁଲିସ୍ ଅଟକାଇବାକୁ ଚେଷ୍ଟା କରିବାରୁ ସେ ଅଟକି ନଥିଲେ। ଏହାଦେଖି ସେଠାରେ କାର୍ଯ୍ୟରତ ଥିବା ହାବିଲଦାର ମନୀନ୍ଦ୍ର କୁମାର ଗୋସ୍ୱାମୀ ବାଇକଟିକୁ ପଛ ପଟୁ ଧରି ଦେଇଥିଲେ। ଏହାପରେ ବାଇକ୍‌ ଚାଳକ ହଠାତ ବାଇକକୁ ଦ୍ରୁତ ଗତିରେ ନେଇ ପଳାଇ ଯାଇଥିଲେ । ଫଳରେ ହାବିଲଦାର ଜଣକ ବାଇକ୍‌ ସହ କିଛି ବାଟ ଘୋଷାରି ହୋଇଯାଇଥିଲେ ।

ଏହାଦେଖି ସେଠାରେ ଉପସ୍ଥିତ ଅନ୍ୟ ପୁଲିସ୍ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା  ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।



from Odisha Reporter https://ift.tt/2w1b9ut

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages