ଦିଲ୍ଲୀ ମସଜିଦ୍‌ କାର୍ଯ୍ୟକ୍ରମକୁ ଯାଇଥିବା ୨୪ ବ୍ୟକ୍ତି କରୋନା ପଜିଟିଭ୍‌, ଗଲାଣି ୭ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ଦିଲ୍ଲୀ ମସଜିଦ୍‌ କାର୍ଯ୍ୟକ୍ରମକୁ ଯାଇଥିବା ୨୪ ବ୍ୟକ୍ତି କରୋନା ପଜିଟିଭ୍‌, ଗଲାଣି ୭ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ୍‌ସ୍ଥିତ ମସଜିଦ୍‌ଠାରେ ଆୟୋଜିତ ଧାର୍ମିକ ସମ୍ମିଳନୀ ବର୍ତ୍ତମାନ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଠାକୁ ଯାଇଥିବା ୩୦୦ ଜଣଙ୍କଠାରେ କରୋନା ଜନିତ ଲକ୍ଷଣ ଦେଖାଯାଇଥିଲା। ଏବେ ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏଥିରେ ଯୋଗ ଦେଇଥିବା ୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏହି ମସଜିଦ୍‌କୁ ସିଲ୍‌ କରାଯିବା ସହ ୮୫୦ ଜଣକୁ ବସ୍‌ରେ ନିଆଯାଇ ସହରର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଏହି ସୂଚନା ଦେଇଛନ୍ତି। ଏହାକୁ ସେ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମସଜିଦ୍‌ କର୍ତ୍ତୃପକ୍ଷଙ୍କ ନାମରେ ମାମଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶହଶହ ଜୀବନକୁ ବିପଦରେ ପକାଇଥିବା ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ନାମରେ ମାମଲା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସାମାଜିକ ଦୂରତା ଗାଇଡ୍‌ଲାଇନ୍‌କୁ ଫୁ’ କରି ଶହଶହ ବ୍ୟକ୍ତି ଏହି ୧୦୦ ବର୍ଷ ପୂରୁଣା ମସଜିଦ୍‌ ପରିସରରେ ରହୁଥିଲେ। ଏଠାରେ ଥିବା ୬ ମହଲା ଡୋର୍ମିଟୋରିରେ ସେମାନେ ରହୁଥିଲେ। ତାବଲିଗି ଜମାତ୍‌ ନାମକ ଏକ ସଂଗଠନ ଇସଲାମିକ୍‌ ମିଶନାରୀ ସଂଗଠନ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହା ୧୯୨୬ ପ୍ରତିଷ୍ଠିତ ସଂଗଠନ।



from Odisha Reporter https://ift.tt/3dIUAog

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages