ଲକ୍‌ଡାଉନର ପ୍ରଥମ ଦିନରେ ଆମାଜନ, ଫ୍ଲିପକାର୍ଟ ନେଲେ ଏହି ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ଲକ୍‌ଡାଉନର ପ୍ରଥମ ଦିନରେ ଆମାଜନ, ଫ୍ଲିପକାର୍ଟ ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ମଧ୍ୟରାତ୍ରିରୁ ସାରା ଦେଶରେ ଲକ୍‌ଡାଉନ୍ ପାଳନ ହେଉଛି। ୨୧ ଦିନ ପାଇଁ ଏହି ଲକ୍‌ଡାଉନ୍ ପାଳନ ହେବ। ତେବେ ଲକ୍‌ଡାଉନର ପ୍ରଥମ ଦିନରେ ହିଁ ଇ-କମର୍ସ ଶପିଂ ପୋର୍ଟାଲ ଫ୍ଲିପକାର୍ଟ ଓ ଆମାଜନ ସେବା ଯୋଗାଇବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହେଲେ ସରକାର ଯେଉଁ ଆଡଭାଇଜରି ଜାରି କରିଛନ୍ତି ସେଥିରେ ଗ୍ରୋସରୀ ଷ୍ଟୋର୍ , ବ୍ୟାଙ୍କ ବ୍ୟତୀତ ଖାଦ୍ୟ ଏବଂ ଚିକିତ୍ସା ଉପକରଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଇ-କମର୍ସ ଶପିଂ ପ୍ଲାଟଫର୍ମକୁ ଛାଡ଼ କରାଯାଇଛି।

କହିରଖୁଛୁ, ଫ୍ଲିପକାର୍ଟ ଓ ଆମାଜନ ଭଳି ଅଗ୍ରଣୀ ଇ-କମର୍ସ ସାଇଟରେ ଗ୍ରୋସରୀ ଆଇଟମ୍ ସହ ବଜାରରେ ମିଳୁଥିବା ସମସ୍ତ ସାମଗ୍ରୀ ବିକ୍ରି ହୁଏ। ଏବେ ଏହି ସଂସ୍ଥା କେବେ ସେବା ଯୋଗାଇବେ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି। ହେଲେ ଖୁବଶୀଘ୍ର ସେବା ଯୋଗାଇବେ ବୋଲି କହିଛନ୍ତି। ଆମାଜନ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ଚାହିଦା ଓ କେଉଁ ସହର ଦେଖି ସେବା ଯୋଗାଇବ ବୋଲି କହିଛି।

ଲକ୍‌ଡାଉନ୍ ଗାଇଡ୍‌ ଲାଇନ ଅନୁଯାୟୀ, ଭାରତ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିବ। ତେବେ ପ୍ରତିରକ୍ଷା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‌ ଫୋର୍ସ, ଟ୍ରେଜେରୀ, ସମସ୍ତ ପ୍ରକାରର ପେଟ୍ରୋଲିୟମ ଜାତୀୟ ସାମଗ୍ରୀ, ସିଏନଜି, ଏଲପିଜି, ପିଏନଜି, ପ୍ରାକୃତିକ ବିପର୍ଯ୍ୟୟ, ବିଜୁଳି, ଫୋଷ୍ଟ ଅଫିସ ଖୋଲା ରହିବ। ରାଜ୍ୟରେ ଜରୁରୀ ସେବାରେ ନିୟୋଜିତ ସମସ୍ତ ଅଫିସ ଓ ଅଧିକାରୀ କାର୍ଯ୍ୟ କରିବେ।

ବିଶେଷ କରି ବିଜୁଳି, ସଫେଇ ଓ ପାଣି ଯୋଗାଣ ବ୍ୟବସ୍ଥା ଚାଲୁ ରହିବ। ସେହିପରି ପେଟ୍ରୋଲ ପମ୍ପ, ମେଡିସନ ଦୋକାନ, ହସ୍ପିଟାଲ, ଏଟିଏମ, ବ୍ୟାଙ୍କ ଆଦି ଖୋଲା ରହିବ। କ୍ଷୀର, ପନି ପରିବା, ରାସନ ଓ ଗ୍ରୋସରୀ ଦୋକାନ ଖୋଲା ରହିବ। ଲକ ଡାଉନ ଯୋଗୁ ଫସି ଥିବା ଟୁରିଷ୍ଟ ମାନଙ୍କ ପାଇଁ ଲଜ, ହୋଟେଲ ମଧ୍ୟ ଖୋଲି ପାରିବ। ସମସ୍ତ ଗଣମାଧ୍ୟମ ପୂର୍ବ ଭଳି କାର୍ଯ୍ୟ କରିବେ।

ରେଳ, ଆକାଶ ଓ ସଡ଼କ ପଥ ବନ୍ଦ ରହିବ। ସମସ୍ତ ସ୍କୁଲ, କଲେଜ ଓ ଧର୍ମାନୁଷ୍ଠାନରେ ତାଲା ପଡ଼ିବ। ଧର୍ମାନୁଷ୍ଠାନରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ ନାହିଁ। ସମସ୍ତ ରାଜନୀତି, ସାମାଜିକ ଓ କ୍ରୀଡ଼ା କାର୍ଯ୍ୟ ବନ୍ଦ ରହିବ।

ଶବ ସତ୍କାର ବେଳେ ୨୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ନାହିଁ। ଯେଉଁ ମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି, ସେମାନେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବେ। ୨୧ ଦିନିଆ ଲକ୍‌ଡାଉନ୍ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



from Odisha Reporter https://ift.tt/2vNkENL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages