ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲ୍ମାନ୍ ଖାନଙ୍କ ସମ୍ପର୍କୀୟ ଭାଇ ଅବଦୁଲ୍ଲା ମୀର୍ଜା ଖାନଙ୍କ ପରଲୋକ ହୋଇଯାଇଛି। ସୋଶାଲ୍ ମିଡିଆରେ ଏକ ପୋଷ୍ଟ ଶେଆର୍ କରି ସଲ୍ମାନ୍ ଏହି ସୂଚନା ଦେଇଛନ୍ତି। ଅବଦୁଲ୍ଲା ତାଙ୍କ ପିଉସୀଙ୍କ ପୁଅ ଥିଲେ। ଏଥିସହ ସେ ସଲ୍ମାନ୍ଙ୍କ ‘ବିଙ୍ଗ୍ ଷ୍ଟ୍ରଙ୍ଗ ମୁଭ୍ମେଣ୍ଟ’ର ମଧ୍ୟ ଅଂଶ ଥିଲେ।
Will always love you… pic.twitter.com/bz0tBbe4Ny
— Salman Khan (@BeingSalmanKhan) March 30, 2020
ଟ୍ୱିଟରରେ ଅବଦୁଲ୍ଲାଙ୍କ ସହ ନିଜର ଏକ କଳାଧଳା ଫଟୋ ଶେଆର୍ କରି ସଲ୍ମାନ୍ ଲେଖିଛନ୍ତି- ‘ତୁମକୁ ସବୁଦିନ ପାଇଁ ଭଲ ପାଇବୁ’। ସୂଚନା ଅନୁଯାୟୀ, ଅବଦୁଲ୍ଲା ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ ଯକୃତ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ତେଣୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସଲ୍ମାନ୍ ମଧ୍ୟ ସେଠାରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
Will always love you my bestie…#RestInPeace pic.twitter.com/qHP2T2B4rW
— Daisy Shah (@ShahDaisy25) March 30, 2020
ଏହି ଖବର ପାଇବା ପରେ ବଲିଉଡର ଅନେକ ସେଲେବ୍ରିଟି ସୋଶାଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ଅଭିନେତ୍ରୀ ଡେଜି ଶାହ ଅବଦୁଲ୍ଲାଙ୍କ ଏକ ଫଟୋ ଶେଆର କରି ଲେଖିଛନ୍ତି, ମୋର ସବୁଠୁ ଭଲ ବନ୍ଧୁ, ତୁମକୁ ସବୁଦିନ ପାଇଁ ଭଲ ପାଇବି। ଏହା ବ୍ୟତୀତ ଅଭିନେତା ରାହୁଲ ଦେବ ଟ୍ୱିଟରରେ ସଲ୍ମାନ୍ଙ୍କ ପୋଷ୍ଟରେ କମେଣ୍ଟ ଦେଇ ଅବଦୁଲ୍ଲାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଲକ୍ଡାଉନ୍ ଯୋଗୁ ହଇରାଣ ହେଉଥିବା ଫିଲ୍ମ ଇଣ୍ଡଷ୍ଟ୍ରିର ୨୫ ହଜାର ଦିନ ମଜୁରିଆଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। Federation of Western Indian Cine Employees (FWICE)ର ଅଧ୍ୟକ୍ଷ ଏନ୍ ତିୱାରୀ ସୂଚନା ଦେଇଛନ୍ତି ଯେ ସଲ୍ମାନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ୨୫ ହଜାର ଶ୍ରମିକଙ୍କୁ ଆର୍ଥିକ ସାହାଯ୍ୟ ଯୋଗେଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ସଲ୍ମାନ୍ ଏକ ଭିଡିଓ ଜରିଆରେ ଲୋକମାନଙ୍କୁ ସତର୍କ ରହିବାକୁ ଓ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି।
from Odisha Reporter https://ift.tt/39vVmSj
No comments:
Post a Comment