ଦେଖ୍‌ ସୁନ୍ଦରୀ ପଲସା ଫୁଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ଦେଖ୍‌ ସୁନ୍ଦରୀ ପଲସା ଫୁଲ୍‌

ବିନିକା(ଦିଲୀପ ପଣ୍ଡା): ଋତୁରାଜ ବସନ୍ତର ଆଗମନରେ ଚାରିଆଡ଼େ ଦେଖିବାକୁ ମିଳୁଛି ପଳାସ ଫୁଲ। ଗଛରେ ଫୁଟିଛି ପେନ୍ଥା ପେନ୍ଥା ପଳାସ ଫୁଲ। ଆଉ ଏହି ଫୁଲ ପୂରା ପରିବେଶକୁ ରଙ୍ଗୀନ୍ କରି ଦେଇଛି। ବାସ ନଥିଲେ ବି ପଳାସ ଫୁଲ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ। ପେନ୍ଥା ପେନ୍ଥା ପଳାସ ଫୁଲ ଯୋଗୁ ଏବେ ଏଭଳି ରଙ୍ଗୀନ୍‌ ଓ ମନଲୋଭା ପରିବେଶ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ।

ବିନିକା ସହର ତଥା ଏହି ବ୍ଲକ୍ ଅଞ୍ଚଳର ପ୍ରାୟ ସବୁ ଗାଁରେ ଥିବା ପଳାସ ଗଛ ଏବେ ଫୁଲରେ ଭର୍ତ୍ତି ହୋଇଯାଇଛି। ପୂରା ପରିବେଶ ଭିନ୍ନ ଦେଖାଯାଉଛି। ପଳାସ ଫୁଲରେ ସଜେଇ ହୋଇଛି ଧରିତ୍ରୀ ରାଣୀ। ଆଉ ଏହି ଫୁଲକୁ ଦେଖି କବିର ଲେଖନୀରୁ ଆପେଆପେ ଝରିପଡ଼େ କବିତା।

ଏନେଇ କବି ତଥା ଶିକ୍ଷାବିତ୍‌ ପ୍ରମୋଦ କୁମାର ପଣ୍ଡା କହିଛନ୍ତି, “ପଳାସ ଫୁଲ ହେଉଛି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟର ଭଣ୍ଡାର। ବସନ୍ତ ଋତୁରେ ଏହି ଫୁଲ ଫୁଟିଲା ପରେ ତାକୁ ନେଇ କବି, କବିୟିତ୍ରୀ କବିତା ଲେଖନ୍ତି। ଚିତ୍ରକରମାନେ ସୁନ୍ଦର ଚିତ୍ର ଆଙ୍କନ୍ତି।  ଏଥିସହ ଫୁଲର ଶୋଭାକୁ ଦେଖି ସାଧାରଣ ଲୋକର ମନ ମଧ୍ୟ ଲାଖିଯାଏ। ପଳାସ ଫୁଲରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଆମ ପଶ୍ଚିମାଞ୍ଚଳ ଭାଷାରେ କୁହାଯାଏ- ‘ଦେଖ୍‌ ସୁନ୍ଦରୀ ପଲସା ଫୁଲ୍‌’। ”

ବର୍ଷିୟାନ୍‌ କଳାକାର ତଥା ଲେଖକ ଅଟଳ ବିହାରୀ ପଣ୍ଡା କହିଛନ୍ତି, “ପଳାସ ଫୁଲର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବା ବହୁତ କଷ୍ଟ। ଏହି ଫୁଲ ଦେଖିଲେ ଆନନ୍ଦ ଲାଗେ। ମହାନଦୀର ଦୁଇ ପାଖରେ ଥିବା ପଳାସ ଫୁଲ ଗଛ ଗୁଡ଼ିକ ଦେଖିଲେ ଲାଗୁଛି, ସ୍ୱର୍ଗର ଅପସରୀମାନେ ଏଠାରେ ଠିଆ ହୋଇ ରହିଛନ୍ତି। ନାଲି ରଙ୍ଗର ଶାଢ଼ି ପିନ୍ଧି ପୃଥିବୀକୁ ଆନନ୍ଦ ଦେବାକୁ ସେମାନେ ଆସିଥିବା ଭଳି ଲାଗୁଛି।  ମନୁଷ୍ୟ ଜାତିର ଯେତେ ଦୁଃଖକଷ୍ଟ, ଯନ୍ତ୍ରଣା ଥିଲେ ବି ଠିକ୍‌ ସମୟରେ ପଳାସ ଫୁଲ ଫୁଟି ତାର ସୌନ୍ଦର୍ଯ୍ୟର ପସରାକୁ ମେଲାଇ ଦେଇ ଖୁସି ପ୍ରଦାନ କରେ। ପଳାସ ଫୁଲ ଆମକୁ ଶିଖାଉ ଦେଉଛି ଯେ, ଆରେ ମଣିଷ ତମେ କେବଳ ଆନନ୍ଦ ଉପଭୋଗ କର।”



from Odisha Reporter https://ift.tt/3bEBhKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages