ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ ମଧ୍ୟରାତ୍ରୀରୁ ଲକ୍ଡାଉନ୍ ହୋଇଛି ସାରା ଦେଶ। ସେହିପରି ନବରାତ୍ରୀ ପୂଜା ଆଜିଠୁ ଆରମ୍ଭ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ଙ୍କ ପୂଜା କରିବେ। କରୋନା ମୁକାବିଲା କରିବା ପାଇଁ ଓ ଦେଶବାସୀଙ୍କ ଆରୋଗ୍ୟ କାମନା ମା’ଙ୍କ ପାଖରେ କରିବେ ବୋଲି ପ୍ରଧାନମନ୍ତ୍ରୀ ବୁଧବାର ସକାଳେ ଟୁଇଟ୍ କରି କହିଛନ୍ତି।
आज से नवरात्रि शुरू हो रही है। वर्षों से मैं मां की आराधना करता आ रहा हूं। इस बार की साधना मैं मानवता की उपासना करने वाले सभी नर्स, डॉक्टर, मेडिकल स्टाफ, पुलिसकर्मी और मीडियाकर्मी, जो कोरोना के खिलाफ लड़ाई में जुटे हैं, के उत्तम स्वास्थ्य, सुरक्षा एवं सिद्धि को समर्पित करता हूं।
— Narendra Modi (@narendramodi) March 25, 2020
ସାରା ଦେଶରେ ଏହି ସମୟରେ ପର୍ବ ପାଳନ କରାଯାଏ। ହେଲେ ଏବେର ସ୍ଥିତିରେ ପର୍ବ ପାଳନ କରିବା ସମ୍ଭବ ନୁହେଁ। ବରଂ କରୋନା ଭଳି ଘାତକ ଭାଇରସ ସହ ଦେଶବାସୀ ଲଢ଼େଇ କରୁଛନ୍ତି। ଦୀର୍ଘବର୍ଷ ହେବ ସେ ମା’ଙ୍କ ଆରାଧନା କରି ଆସୁଛନ୍ତି। ଚଳିତବର୍ଷ ସେ ମାନବିକତାର ଆରାଧନା କରିବେ। କରୋନା ମୁକାବିଲା ପାଇଁ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୁଲିସ ଏବଂ ମିଡିଆ ମଧ୍ୟ ସାମିଲ୍ ହୋଇଛି। ଏମାନଙ୍କର ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସଫଳତା କାମନା କରୁଛି ବୋଲି ମୋଦୀ ଟୁଇଟ୍ କରି କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ମଧ୍ୟରାତ୍ରୀରୁ ୨୧ ଦିନ ଯାଏ ସାରେ ଦେଶରେ ଲକ୍ଡାଉନ୍ ପାଳନ ହେଉଛି। ଏହି ନିୟମ ଅନୁଯାୟୀ କେହି ଘରୁ ବାହାରି ପାରିବେ ନାହିଁ। ଲକ୍ଡାଉନ୍ ଘୋଷଣା ହୋଇଛି, ହେଲେ ନିୟମ କର୍ଫ୍ୟୁ ଭଳି ପାଳନ କରାଯିବ। କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ହେଲ୍ଥ ପ୍ୟାକେଜ ଘୋଷଣା କରିଛନ୍ତି।
ଲକ୍ଡାଉନ୍ ବେଳେ ଜରୁରୀ ସାମଗ୍ରୀ ଓ ମେଡିସିନ୍ ଇତ୍ୟାଦି ଉପଲବ୍ଧ ରହିବ। ଲୋକଙ୍କୁ ସମସ୍ତ ପ୍ରକାରର ଜରୁରୀ ସାମଗ୍ରୀ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବେ। ଲକ୍ଡାଉନ୍ ଯୋଗୁ ଆସନ୍ତା ଏପ୍ରିଲ ୧୪ ଯାଏ କୌଣସି ପ୍ରକାରର ଟ୍ରେନ୍ ଚଳାଚଳ କରିବ ନାହିଁ। ପୂର୍ବରୁ ମାର୍ଚ୍ଚ ୩୧ ଯାଏ ଭାରତୀୟ ରେଳବାଇ ଟ୍ରେନ୍ ଚଳାଚଳ ବନ୍ଦ କରିଥିଲା। ତେବେ ଏହି ସମୟରେ ମାଲବାହୀ ଟ୍ରେନ ଚଳାଚଳ କରିବ।
from Odisha Reporter https://ift.tt/2UkCsJP
No comments:
Post a Comment