ପନିକିରେ ନିଜ ବେକକୁ କାଟିଦେଲେ ପୁଡ଼ୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

ପନିକିରେ ନିଜ ବେକକୁ କାଟିଦେଲେ ପୁଡ଼ୁ

ବୀରମିତ୍ରପୁର (ରାକେଶ ସାହୁ): ପନିକିରେ ବେକ କାଟି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲଙ୍କେଷ୍ଟର ଦଫେଇ ଗାଁରେ। ତାଙ୍କ ନାଁ ପୁଡୁ ଭୋଏ (୩୦)।

ସୂଚନା ଅନୁଯାୟୀ, ପୁଡୁ ଏକ ହୋଟେଲରେ ରୋଷେୟର ଭାବେ କାମ କରୁଥିଲେ। ହେଲେ କିଛି ଦିନ ହେବ ସେ କାମ ଛାଡ଼ି ଦେଇଥିଲେ। ତାଙ୍କ ମାନସିକ ସ୍ଥିତି ଭଲ ନଥିଲା। ଗତକାଲି ଘରେ କେହି ନଥିବା ବେଳେ ସେ ପନିକିରେ ନିଜ ବେକକୁ କାଟି ଦେଇଥିଲେ।

ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ସହିତ ଉକ୍ତ ପନିକିକୁ ଜବତ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଡ଼ୁଙ୍କ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି।



from Odisha Reporter https://ift.tt/2QZccTd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages