କେଉଁ ଖାଦ୍ୟ ଖାଇଲେ ବଢ଼େ ରୋଗ ପ୍ରତିରୋଧକ ଶକ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

କେଉଁ ଖାଦ୍ୟ ଖାଇଲେ ବଢ଼େ ରୋଗ ପ୍ରତିରୋଧକ ଶକ୍ତି ?

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଲଢ଼େଇ ଜାରି ରହିଛି। କେନ୍ଦ୍ର ସରକାର ଭାରତର ୨୫ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ଏବଂ ଅନେକ ରାଜ୍ୟର ସୀମାକୁ ସିଲ୍‌ କରାଯାଇଛି।

ତେବେ କରୋନାରୁ ରକ୍ଷା ପାଇବା ପାଇଁ ଘରେ ବନ୍ଦ ଥିବା ଲୋକ ଏବେ ନିଜ ଡାଏଟ୍‌ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ହିଁ କରୋନା ଶୀଘ୍ର ଆକ୍ରାନ୍ତ କରିଥାଏ। ତେଣୁ କେଉଁ ଖାଦ୍ୟ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ।

ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ ଏପରି ସମୟରେ ଦିନକୁ ତିନିଥର ଖାଦ୍ୟ ଗ୍ରହଣ କରନ୍ତୁ। ପନିପରିବା ଅଧିକ ଖାଆନ୍ତୁ। ସାଧାରଣ ଖାଇବା ଯେପରିକି ଭାତ ଓ ଡାଲି ଆଦି ଖାଆନ୍ତୁ। କିନ୍ତୁ ଫାଷ୍ଟ୍‌ ଫୁଡ୍ ଖାଆନ୍ତୁ ନାହିଁ।

ସେହିପରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ମସଲାରେ ହଳଦୀ ସାମିଲ କରନ୍ତୁ। ତୁଳସୀ ଓ ଅଶ୍ୱଗନ୍ଧା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

କମଳା, କୋଳି, ଡ୍ରାଏ ଫ୍ରୁଟ୍‌ସ, ଚିନାବାଦାମ, କ୍ଷୀର, ଘିଅ, ପନୀର୍, ସୋୟାବିନ୍‌ ଓ ଖେଚୁଡ଼ି ନିଶ୍ଚିତ ଭାବରେ ଖାଆନ୍ତୁ। ମାଛ, ମାଂସ ଓ ଅଣ୍ଡା ମଧ୍ୟ ଖାଇପାରିବେ। ତେଣୁ ଆମିଷ ଖାଇଲେ ଯେ କରୋନା ହେବ, ଏହି ଭ୍ରମ ରଖନ୍ତୁ ନାହିଁ। ଅଧିକରୁ ଅଧିକ ସୁପ୍‌ ପିଅନ୍ତୁ ଏବଂ ବିଭିନ୍ନ ପ୍ରକାର ସବୁଜ ପରିବା ଖାଆନ୍ତୁ।



from Odisha Reporter https://ift.tt/2WGhfLL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages