ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧି ବଢ଼ିଲା। ଏବେ ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ଖୋଲା ରହିବ ସମସ୍ତ ଆହାର କେନ୍ଦ୍ର। କେନ୍ଦ୍ରରେ ଲୋକଙ୍କ ଭିଡ଼ କମାଇବାକୁ ସମୟ ଅବଧି ବଢ଼ାଇଲେ ସରକାର।
ଏବେ ଆହାର କେନ୍ଦ୍ରକୁ ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରଖାଯିବ। ଲୋକମାନେ ଧାଡ଼ିରେ ପରସ୍ପର ମଧ୍ୟରେ ଦେଢ଼ ମିଟର ଦୂରତା ରକ୍ଷା କରିବେ। ଆହାର କେନ୍ଦ୍ର ବାହାରେ ସାବୁନ କିମ୍ବା ହ୍ୟାଣ୍ଡ୍ଓ୍ୱାଶ୍ରେ ହାତ ଧୋଇବା ବ୍ୟବସ୍ଥା ରହିବ।
ଲୋକମାନେ ହାତ ଧୋଇ ଆହାର କେନ୍ଦ୍ରରେ ପ୍ରବେଶ କରିବେ। ପଇସା କାହା ହାତକୁ ନଦେଇ ବାକ୍ସରେ ପକାଇବା ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଗର ଉନ୍ନୟନ ବିଭାଗ ସଚିବ ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ପୋରେସନ୍କୁ ଚିଠି ଲେଖିଛନ୍ତି।
from Odisha Reporter https://ift.tt/3aYB5Wz
No comments:
Post a Comment