ଇଚ୍ଛାଥିଲା ସମୂଦ୍ର କୂଳରେ ବସି ମୁଁ ବି କାହା ସହ ସୂର୍ଯ୍ୟାସ୍ତକୁ ଉପଭୋଗ କରିଥା’ନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ଇଚ୍ଛାଥିଲା ସମୂଦ୍ର କୂଳରେ ବସି ମୁଁ ବି କାହା ସହ ସୂର୍ଯ୍ୟାସ୍ତକୁ ଉପଭୋଗ କରିଥା’ନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଥିଲା ତାଙ୍କୁ ଖୋଜାଯାଉଥିଲା ଟ୍ରେନ୍‌ରେ ନହେଲେ ରାସ୍ତାର ଅନ୍ଧାରିଆ ସ୍ଥାନରେ। କିଏ ମଲ୍ଲୀ ଡାକୁଥିଲା ତ କିଏ ବାସନ୍ତି। ତଥାପି ସେ ନିଜର ପରିଚୟ ପାଇଁ ଆଜି ପର୍ଯ୍ୟନ୍ତ ଲଢୁଛନ୍ତି। ସମାଜରେ ନିଜର ଅଧିକାର, ଅସ୍ତିତ୍ୱ ଏବଂ ମର୍ଯ୍ୟାଦା ପାଇଁ ଲଢୁଥିବା ସେହି ମଣିଷ ହେଲେ ତୃତୀୟ ଲିଙ୍ଗୀ ମୀରା ପରିଡ଼ା। ଯାହାକୁ ଆପଣ ମାନେ ମୀରା ମା’ ନାଁରେ ଜାଣିଛନ୍ତି।

ସମାଜସେବୀ ତଥା ତୃତୀୟ ଲିଙ୍ଗୀ ସମ୍ପ୍ରଦାୟର ସଭାପତି ମିରା ପରିଡ଼ାଙ୍କ ପ୍ରକୃତ ନାଁ ଥିଲା ମାୟାଧର ପରିଡ଼ା। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟସ୍ଥ ଗଡ଼ତରା ଗାଁରେ ତାଙ୍କ ଜନ୍ମ। ଏବେ ମୀରାଙ୍କୁ ୩୭ ବର୍ଷ। ନିଜ ଜୀବନକୁ ବର୍ଣ୍ଣନା କରିବାକୁ ଯାଇ ମୀରା କୁହନ୍ତି, ଏଇଟା ଗୋଟେ କଣ୍ଟକିତ ରାସ୍ତା। ଏଥିରେ ସଂଘର୍ଷ ଅନେକ। ସମ୍ମାନ ଦୂରର କଥା ଲୋକମାନେ ଦିନେ ମତେ ଗ୍ରହଣ କରିବେ ସେ ବିଶ୍ୱାସ ମୋର ନଥିଲା। କାରଣ ମୋର ମନେ ଅଛି, ମୁଁ ତୃତୀୟ ଲିଙ୍ଗୀ ଜାଣିବା ପରେ ଲୋକମାନେ ମତେ ଘୃଣା କରିବା ଆରମ୍ଭ କରିଦେଲେ। ମୁଁ ଯାହା ଘରକୁ ଯାଉଥିଲି ସେଠାରୁ ଉଠି ଚାଲି ଆସିବା ପରେ ଲୋକମାନେ ମୁଁ ବସିଥିବା ସ୍ଥାନକୁ ଗୋବର ପାଣି ପକାଇ ଧୋଉଥିଲେ। ଏମିତି ପରିସ୍ଥିତିରେ ନିଜ ହକ୍‌ ପାଇଁ ଲଢ଼େଇ କରିବା ଗୋଟେ ବୋଲି ବାଟ ଥିଲା ଆଉ ସେଇଟା ଆଜି ମତେ ଶକ୍ତ କରିଦେଇଛି।

ତେବେ ମୀରାଙ୍କୁ କ’ଣ କେବେ ପରିବାର ଗଢ଼ିବାର ଇଚ୍ଛା ହୋଇନି ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ, ମୁଁ ଚିନ୍ତା କରୁଥିଲି ଯଦି ମୁଁ ଝିଅ ହୋଇ ଜନ୍ମ ହୋଇଥାନ୍ତି ତେବେ ମୋର ବି ଗୋଟେ ବୟପ୍ରେଣ୍ଡ ଥାନ୍ତା। ଯେଉଁ ବୟସରେ ମୁଁ ମୋ ପରିଚୟ ପାଇଁ ଲଢୁଥିଲି, ଆଇନା ଆଗରେ ମୁଁ କିଏ ବୋଲି ପ୍ରଶ୍ନ କରୁଥିଲି ସେ ସମୟରେ ମତେ ବି କିଏ ଆସି ଛୁଇଁଥାନ୍ତା, ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖାଇଥାନ୍ତା, ମୁଁ ବି କାହା ସହ ସମୁଦ୍ର କୂଳରେ ବସି ସୂର୍ଯ୍ୟାସ୍ତକୁ ଉପଭୋଗ କରିଥାନ୍ତି।  କିନ୍ତୁ ସେ ସ୍ୱପ୍ନ ତ ପୂରଣ ହୋଇପାରିଲାନି। କିନ୍ତୁ ମୋର ଗୋଟେ ପରିବାର ଥିଲା। ମାୟାଧର ପରିଡ଼ା ଥିବା ବେଳେ ମୋର ବିବାହ ହୋଇଥିଲା ଆଉ ପରେ ଛାଡ଼ପତ୍ର ହୋଇଯାଇଥିଲା। ମାଆ, ବାପା, ଭାଇ, ଭଉଣୀ ଆଉ ଜେଜେ ମାଆଙ୍କୁ ନେଇ ଦିନେ ଗୋଟେ ପରିବାର ଥିଲା। ପରେ ତୃତୀୟ ଲିଙ୍ଗୀ ପାଇଁ ଯେତେବେଳେ ସଂଘର୍ଷ ଆରମ୍ଭ ହେଲା ସେମାନେ ଦୂରେଇଗଲେ। ଆଉ ତୃତୀୟ ଲିଙ୍ଗୀର ଅଧିକାରୀ ପାଇଁ ଯେତେବେଳେ ସଂଘର୍ଷ ଆରମ୍ଭ ହେଲା ସେତେବେଳେ ମୁଁ ଏତେ ବ୍ୟସ୍ତ ରହିଗଲି ଯେ ମତେ ଆଉ ଗୋଟେ ପରିବାର ଗଢ଼ିବା କଥା ଚିନ୍ତା କରିପାରିଲିନି।

ନିକଟରେ ତରଙ୍ଗରେ ପ୍ରସାରିତ ହେଇଥିବା କାର୍ଯ୍ୟକ୍ରମ ‘ଆମ ରାଜାବାବୁ ଘର ଖାନା’ରେ ଯୋଗଦେଇ ଏମିତି କିଛି ପ୍ରଶ୍ନର ଉତ୍ତର ଦେଇଥିଲେ ମୀରା ପରିଡ଼ା।



from Odisha Reporter https://ift.tt/2x0wVyD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages