ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ରାଜ୍ୟ ସରକାର ପୂରା ୩୦ଟି ଜିଲ୍ଲାରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ କେଉଁ ସରକାରୀ କର୍ମଚାରୀ ଅଫିସ୍ ଆସିବେ ଏନେଇ ଏକ କ୍ୟାଟେଗୋରୀ କରାଯାଇଛି। ଏହି କ୍ୟାଟେଗୋରୀରେ ଆଂଶିକ ପରିବର୍ତ୍ତନ ନେଇ GA ଡିପାର୍ଟମେଣ୍ଟ ନିର୍ଦ୍ଦେଶ ଦେଇଛି। ମାର୍ଚ୍ଚ ୨୯ ରାତି ୯ଟା ପର୍ଯ୍ୟନ୍ତ କର୍ମଚାରୀଙ୍କ ପାଇଁ ପରିବର୍ତ୍ତିତ ନିର୍ଦ୍ଦେଶ ଦିଆଯାଇଛି।
ସେହି ଅନୁଯାୟୀ, କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦% କର୍ମଚାରୀ ଅଫିସ୍ ଆସି କାମ କରିବେ। କ୍ରିଟିକାଲ ବର୍ଗ ହେଉଛି- FS&CW, GA&PG, H&UD, ସ୍ୱାସ୍ଥ୍ୟ, ଗୃହ, SRC & OSDMA। ଆଂଶିକ କ୍ରିଟିକାଲ ବର୍ଗର କେବଳ ୧୦% କର୍ମଚାରୀ ଅଫିସ୍ କାମ କରିବେ। ଆଂଶିକ କ୍ରିଟିକାଲ- ଶକ୍ତି, ଅର୍ଥ, ରାଜସ୍ୱ, I&PR ପରି ୧୨ଟି ବିଭାଗ ସାମିଲ। ନନ୍-କ୍ରିଟିକାଲ ବର୍ଗର କେହି କର୍ମଚାରୀ ଅଫିସ୍ ଆସିବେ ନାହିଁ। ନନ୍ କ୍ରିଟିକାଲ ହେଉଛି- କୃଷି, ଅବକାରୀ, ଆଇନ, ଶିଳ୍ପ, MSME ପରି ୨୩ ବିଭାଗ।
from Odisha Reporter https://ift.tt/2QNUPV7
No comments:
Post a Comment