ବିଜୟୱାଡାରେ ଫସିଛନ୍ତି ୩୦ ଓଡ଼ିଆ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ବିଜୟୱାଡାରେ ଫସିଛନ୍ତି ୩୦ ଓଡ଼ିଆ ଶ୍ରମିକ

ଆଳି(ବନମାଳି ସାହୁ): କାମ କରିବାକୁ ଓଡିଶାରୁ ଯାଇଥିଲେ ଆନ୍ଧ୍ର। ଭାବିଥିଲେ କିଛି ଟଙ୍କା ରୋଜଗାର କରି ପରିବାର ଲୋକଙ୍କ ମୁଁହରେ ଦାନା ଦେବେ।  ହେଲେ ଦୁଇ ଦିନରେ ବଦଳିଗଲା ସ୍ଥିତି।  ରୋଜଗାର ଆଶାରେ ଯାଇଥିବା ଲୋକ ଆଜି ନିଜ ପାଇଁ ଦାନା ଯୋଗାଡ଼ କରିବାକୁ ଅକ୍ଷମ।

ଲକ୍‌ଡାଉନ୍‌ ର ଦୁଇ ଦିନ ପୂର୍ବେ ଯାଇ ଆନ୍ଧ୍ରରେ ଫସି ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ଶ୍ରମିକ ଏବେ ଘରକୁ ଫେରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ପଥୁର ରୋଡକୁ କାମ କରିବାକୁ ଯାଇ କେନ୍ଦ୍ରାପଡା ଜିଲ୍ଲାର ୩୦ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ଦେଶବ୍ୟାପି ଲକଡାଉନ କାରଣରୁ ଟ୍ରେନ ଓ ଗାଡି ଚଳାଚଳ ବନ୍ଦ ଯୋଗୁ ଏହି  ଶ୍ରମିକ  ଓଡ଼ିଶା ଫେରିବାର ବାଟବନ୍ଦ ହୋଇଯାଇଛି। ନିଜ ଜନ୍ମମାଟିକୁ ଫେରିବା ପାଇଁ ଏକ ଭିଡିଓରେ ସରକାରଙ୍କ ନିକଟରେ ସେମାନେ ଆକୁଳ ନିବେଦନ କରିଛନ୍ତି।

ନିଜ ପାଖରେ ଥିବା ସାମଗ୍ରୀ ସରି ଆସୁଥିବାରୁ ଲକଡାଉନ ଯୋଗୁ ବାହାରକୁ ଯାଇପାରୁନାହାନ୍ତି। ଏପଟେ ଲକଡାଉନରେ ହିନସ୍ତା ହେଉଥିବା ନିଜନିଜର ଆତ୍ମୀୟଙ୍କ ପାଇଁ ପରିବାର ଲୋକେ ନାହିଁ ନଥିବା ଚିନ୍ତାରେ ରହିଛନ୍ତି।

ଗତ ୧୬ ତାରିଖରେ ଏକ ଘରୋଇ କମ୍ପାନୀରେ ଠିକା କାମ କରିବାକୁ ଯାଇଥିଲେ ଏହି ଶ୍ରମିକ। ସେଠାରେ ମାତ୍ର ଦୁଇଦିନ କାମ କରିବା ପରେ କରୋନା ପରିସ୍ଥିତି ଯୋଗୁ କାମବନ୍ଦ ହୋଇଯାଇଥିଲା।



from Odisha Reporter https://ift.tt/2QLBELG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages