ହୃଦଘାତରେ ଚାଲିଗଲା କରୋନା ରୋଗୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ହୃଦଘାତରେ ଚାଲିଗଲା କରୋନା ରୋଗୀଙ୍କ ଜୀବନ

ଶ୍ରୀନଗର: ଭାରତରେ ପୁଣିଥରେ କରୋନା ଭାଇରସ ଜଣଙ୍କ ମୁଣ୍ଡ ନେଇଛି। ଆଜି ସକାଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜମ୍ମୁ-କଶ୍ମୀରରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଛନ୍ତି। ସେ ଶ୍ରୀନଗରରେ ଥିବା ଚେଷ୍ଟ ସିଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

କଶ୍ମୀରରେ କରୋନାରେ କାହାର ମୃତ୍ୟୁ ଘଟିବା ଏହା ପ୍ରଥମ ଘଟଣା। କଶ୍ମୀର ଗ୍ଲୋରୀ ନାମକ ଆଞ୍ଚଳିକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମୁଧମେହ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ।

ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଖବର କାଗଜକୁ କହିଛନ୍ତି ଯେ “ଆମମାନଙ୍କର ସମସ୍ତ ଉଦ୍ୟମ ସତ୍ତ୍ୱେ କୋଭିଡ୍‌-୧୯ ଭୂତାଣରୁରେ ସଂକ୍ରମିତ ବ୍ୟକ୍ତିଙ୍କୁ ଆମେ ବଞ୍ଚାଇ ପାରିଲୁ ନାହିଁ। ଆଜି ଭୋରରରୁ ସେ ସିଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। କଶ୍ମୀର ଉପତ୍ୟକାରେ କରୋନା କାହାର ଜୀବନ ନେବା ପ୍ରଥମ ଘଟଣା।”

ବ୍ୟକ୍ତି ଜଣଙ୍କ ଘର ଶ୍ରୀନଗରେ। ସେ ନିକଟରେ ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଜମ୍ମୁ ଗସ୍ତ କରିଥିଲେ। ଏହି ସମୟରେ ତାବଲିଘି ଜାମାତ କାର୍ଯ୍ୟକ୍ରମରେ ଯୋଗଦେଇଥିଲା। ଏହି କାର୍ଯ୍ୟକ୍ରମରେ ମ୍ୟାଲେସିୟା ଓ ଇଣ୍ଡୋନେସିଆର ପ୍ରତିନିଧି ମଧ୍ୟ ଯୋଗଦେଇଥିଲେ। ସେହିଠାରେ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ମୋଟ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।



from Odisha Reporter https://ift.tt/2WHIIwv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages