ଚାଲାଣ ପୂର୍ବରୁ ଉଦ୍ଧାର କଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

ଚାଲାଣ ପୂର୍ବରୁ ଉଦ୍ଧାର କଲା ପୁଲିସ୍

ଭଦ୍ରକ(ପାର୍ଥ ସାରଥୀ ନାୟକ): ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ୨୭ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏଥିସହ ଜଣେ ମହିଳା ଦଲାଲଙ୍କୁ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ ଅଟକ ରଖିଛି।

ସୂଚନା ଅନୁସାରେ, ଭଦ୍ରକ ଗ୍ରାମଞ୍ଚଳ ଥାନା ଅଞ୍ଚଳର ଜିତାନଗା ଗାଁ ନିକଟରେ ଏକ ଘରେ ୧୭ ଜଣ ଆଦିବାସୀ ନାବାଳିକା ଓ ୧୦ଜଣ ନାଵାଳକ ଥିବା ପୁଲିସ୍ ଖବର ପାଇଥିଲା। ସେମାନେ ରାଜ୍ୟ ବାହାରକୁ ଯିବା ପାଇଁ ବାହାରିଥିବା ନେଇ ପୁଲିସ୍‌ ସୂଚନା ପାଇବା ପରେ  ଗତକାଲି ବିଳମ୍ୱିତ ରାତିରେ ସେଠାରେ ଚଢ଼ଉ କରିଥିଲା। ଏହାସହ ସମସ୍ତ ନାବାଳିକା ଓ ନାବାଳକଙ୍କୁ ପୁଲିସ୍‌ ଉଦ୍ଧାର କରିଥିଲା।

ତେବେ ଘର ମାଲିକ ତଥା ଦଲାଲ ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଗୁଣ୍ଡୁର ନେଇ ଏକ ଘରୋଇ କମ୍ପାନୀରେ କାମ କରାଇଥାନ୍ତା ବୋଲି ସୂଚନା ମିଳିଛି। ଉଦ୍ଧାର ଶିଶୁ ଶ୍ରମିକଙ୍କ ଘର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡ଼ିଛି ।



from Odisha Reporter https://ift.tt/39SC4r8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages