ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ଦୃଷ୍ଟିରେ ରଖି ଆଜିଠୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ଷ୍ଟେଟ୍ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି।
ସେଣ୍ଟ୍ରାଲ୍ ଜୁ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ବୃଦ୍ଧି ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ପ୍ରାଣୀ ଉଦ୍ୟାନରେ କାମ କରୁଥିବା କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ, ଏହି ସିଜିନ୍ରେ ପ୍ରତିଦିନ ନନ୍ଦନକାନନକୁ ୪ରୁ ୬ ହଜାର ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ତେଣୁ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏସବୁ ସତ୍ତ୍ୱେ ସତର୍କତାକୁ ପ୍ରାଧାନ୍ୟ ଦିଆଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି।
ସେହିପରି ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଥିଲେ। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ କରିବାକୁ ଘୋଷଣା ହୋଇଛି।
from Odisha Reporter https://ift.tt/2xzgU2U
No comments:
Post a Comment