ଇଟାଲି ଫେରନ୍ତା ଛାତ୍ର ଏସ୍‌ସିବିରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

ଇଟାଲି ଫେରନ୍ତା ଛାତ୍ର ଏସ୍‌ସିବିରେ ଭର୍ତ୍ତି

କଟକ(ଓଡ଼ିଶା ରିପୋର୍ଟର): ଇଟାଲିରୁ ଫେରିଥିବା ଜଣେ ଇଞ୍ଜିନିୟରିଂ ଛାତ୍ର କରୋନା ସନ୍ଦେହରେ  କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଫଳରେ ଏବେ ଏସ୍‌ସିବିରେ ୨ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଛି।

ପୂର୍ବରୁ ଜଣେ ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗତକାଲି ଇଟାଲି ଫେରନ୍ତା ଛାତ୍ରଜଣକ ଭର୍ତ୍ତି ହୋଇଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଚିକିତ୍ସା ପରେ ୭ ସନ୍ଦିଗ୍ଧଙ୍କୁ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯାଇଛି।

କରୋନା ବିଶ୍ୱ ମହାମାରୀ ରୂପ ନେଇ ସାରିଥିବା ବେଳେ ଏହାକୁ ନେଇ ବେଶ୍‌ ସତର୍କ ରହିଛନ୍ତି କଟକ SCB ମେଡିକାଲ କର୍ତ୍ତୃପକ୍ଷ। କରୋନା ମୁକାବିଲା ପାଇଁ ଏସ୍‌ସିବି ପୂରା ପ୍ରସ୍ତୁତ ରହିଛି ବୋଲି ଏହାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଗତକାଲି ସୂଚନା ଦେଇଥିଲେ।

ସେ କହିଥିଲେ, ଏହି ଭୟାନକ ରୋଗର ମୁକାବିଲା ଲାଗି ବ୍ୟବସ୍ଥିତ ଢଙ୍ଗରେ ଚିକିତ୍ସା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଆବଶ୍ୟକ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯାଇଛି। ଔଷଧ ଓ ମାସ୍କ ମହଜୁଦ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ସଫଳ ମୁକାବିଲା ଲାଗି ଏସ୍‌ସିବିରେ ଅଧିକ ୪ଟି ଆଇସିୟୁ ସହ ନୂଆ ବିଲ୍ଡିଂରେ ୬୦ ବେଡର ବ୍ୟବସ୍ଥା ହେଉଛି।



from Odisha Reporter https://ift.tt/2Qifhx5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages