ମୁମ୍ୱାଇର ୪ ଡାକ୍ତର ‘କରୋନା’ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ମୁମ୍ୱାଇର ୪ ଡାକ୍ତର ‘କରୋନା’ ଆକ୍ରାନ୍ତ

ମୁମ୍ୱାଇ: ମହାରାଷ୍ଟ୍ରରେ ଏଯାବତ ୧୯୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରୁ ୪ ଡାକ୍ତର ରହିଛନ୍ତି। ଏହି ଡାକ୍ତରମାନେ କେମିତି ସଂକ୍ରମିତ ହୋଇଛନ୍ତି ତାହା ଏଯାବତ ଅସ୍ପଷ୍ଟ ରହିଛି। ହେଲେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଉଛି। ଏଯାଏ କରୋନାରେ ମହାରାଷ୍ଟ୍ରରେ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରୁ ଜଣେ ୮୫ ବର୍ଷୀୟ ଅବସରପ୍ରାପ୍ତ ଡାକ୍ତର ୟୁରୋଲଜିଷ୍ଟ ଡାକ୍ତର ରହିଛନ୍ତି।

ଶନିବାର ମୁମ୍ବାଇରେ ଜଣେ ଡାକ୍ତରଙ୍କ ନମୁନା କରୋନା ପଜିଟିଭ୍ ମିଳିଛି। ଜଣେ ଅଧିକାରୀ ଏହି ଡାକ୍ତରଙ୍କ ବାବଦରେ ସୂଚନା ଦେଇ କହିଛନ୍ତି, ଏହି ଡାକ୍ତର ବିଦେଶ ଯାଇ ନାହାନ୍ତି। ହେଲେ ନିକଟରେ ସେ ଗୁଜରାଟର ସୁରଟ ଯାଇଥିଲେ। ସେଠାରେ କିଛି ଲୋକଙ୍କୁ ଭେଟିଥିଲେ। ଯେଉଁମାନେ କି ବିଦେଶରୁ ଫେରିଥିଲେ।

ମହାରାଷ୍ଟ୍ର ମେଡିକାଲ କାଉନସିଲର ଅଧ୍ୟକ୍ଷ ଡକ୍ଟର ଶିବକୁମାର ଉତୁରେ କହିଛନ୍ତି, ଲୋକମାନେ ବହୁ ପରିମାଣର ମାସ୍କ ଓ ସାନିଟାଇଜର ଆଦି କିଣି ନେଇଛନ୍ତି। ତେଣୁ ଡାକ୍ତର ମାନଙ୍କ ପାଇଁ ଏବେ ଅଭାବ ଦେଖାଦେଇଛି ମାସ୍କ। ଏବେ ଅନ୍ୟାନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଡାକ୍ତରଙ୍କୁ ଫୋନ୍ ମାଧ୍ୟମରେ ସେବା ଯୋଗାଇବାକୁ ପରାମର୍ଶ ଦେଇଛି।

କରୋନା ଆକ୍ରାନ୍ତଙ୍କର ଚିକିତ୍ସା ଡାକ୍ତର ଓ ନର୍ସମାନେ କରୁଥିବାରୁ ଉନ୍ନତ ମାନର ମାସ୍କ ଓ ସାନିଟାଇଜର ଆବଶ୍ୟକତା ରହିଛି। ଚାଇନା, ଇଟଲୀରେ ମଧ୍ୟ କରୋନା ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଅନେକ ଡାକ୍ତରଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/2Ur7788

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages