ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ତିନିକୁଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘରୋଇ କଳହକୁ ନେଇ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଛି। ମୃତକ ହେଲେ ରେମିଶ ଏକ୍କା। ଅଭିଯୁକ୍ତ ପୁଅର ନାଁ ରଜତ ଏକ୍କା (୨୫)।
ସୂଚନାଅନୁସାରେ, କିଛି ଦିନ ତଳେ ରଜତ ଜଣେ ବିବାହିତ ମହିଳାଙ୍କୁ ନିଜ ସ୍ତ୍ରୀର ମାନ୍ୟତା ଦେଇ ଘରକୁ ଧରି ଆସିଥିଲା। ଯାହାକୁ ନେଇ ତାଙ୍କ ଘରେ ପାଟିତୁଣ୍ଡ ହେଉଥିଲା।
ଗତକାଲି ରଜତ ଘରେ ନଥିବା ବେଳେ ତାଙ୍କ ବାପା ରେମିଶ ଓ ମାଆ ଉକ୍ତ ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ରାଗି ଯାଇ ମହିଳା ଜଣକ ଘର ଛାଡ଼ି ଚାଲି ଯାଇଥିଲେ। ରଜତ ଘରକୁ ଆସି ନିଜ ସ୍ତ୍ରୀକୁ ନପାଇ ବାପା ଓ ମାଆଙ୍କ ସହ ଝଗଡ଼ା କରିଥିଲା। ଏହାସହ ମାଆକୁ ମାଡ଼ ମଧ୍ୟ ମାରିଥିଲା। ରେମିଶ ଏହାର ପ୍ରତିବାଦ କରିବାରୁ ପାଖରେ ଥିବା ଏକ ଟାଙ୍ଗିଆରେ ରଜତ ତାଙ୍କୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରେମିଶଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ପୁଲିସ୍ ମୃତଦେହ ଜବତ କରି ଅଭିଯୁକ୍ତ ରଜତକୁ ଗିରଫ କରିଥିଲା। ଗୁରୁତର ଅବସ୍ଥାରେ ଥିବା ରଜତଙ୍କ ମାଆଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ପୁଣି ସଦର ଥାନା ଏସ୍ଡିପିଓ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
from Odisha Reporter https://ift.tt/2yeQUKx
No comments:
Post a Comment