କରୋନା ଭାଇରସ ପାଇଁ ଆଇସିଏସଇ ଓ ଆଇଏସସି ବୋର୍ଡ ପରୀକ୍ଷା ସ୍ଥଗିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

କରୋନା ଭାଇରସ ପାଇଁ ଆଇସିଏସଇ ଓ ଆଇଏସସି ବୋର୍ଡ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ ହେବାକୁ ଥିବା ବିଭିନ୍ନ ବୋର୍ଡ ପରୀକ୍ଷା ଉପରେ କରୋନା ଭାଇରସର ପ୍ରଭାବ ପଡ଼ିଛି। ଗତକାଲି ସିବିଏସ୍‌ଇ ୧୯ରୁ ୩୧ ଯାଏ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଥିବା ବେଳେ ଆଜି ଆଇସିଏସଇ ଓ ଆଇଏସସି ସମାନ ପଦକ୍ଷେପ ନେଇଛନ୍ତି।

ଆଜିଠାରୁ ମାର୍ଚ୍ଚ ୩୧ ମଧ୍ୟରେ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ତାରିଖ ସ୍ଥିତି ସୁଧୁରିଲା ପରେ ଘୋଷଣା ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଆଇସିଏସଇ ପରିଷଦ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ “କରୋନା ଭାଇରସ ଦେଶରେ ବ୍ୟାପୁଥିବାରୁ ପରିଷଦ ପିଲାମାନଙ୍କର ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୯ ତାରିଖରୁ ୩୧ ତାରିଖ ଯାଏ ୨୦୨୦ ବର୍ଷ ପାଇଁ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ସ୍ଥିତିରେ ସୁଧାର ଆସିଲେ ପରୀକ୍ଷା ତାରିଖ ଘୋଷଣା କରାଯିବ।”

କରୋନା ଭାଇରସକୁ ଦୃଷ୍ଟିରେ ରଖି କେବଳ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଉନାହିଁ, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକ ଗୁଡ଼ିକୁ ମଧ୍ୟ ପରୀକ୍ଷା ମାର୍ଚ୍ଚ ୩୧ ଯାଏ ବନ୍ଦ କରିବାକୁ କହିଛି।



from Odisha Reporter https://ift.tt/2U1x6mn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages