ଆଳି(ବନମାଳି ସାହୁ): ଡାକ୍ତରଙ୍କୁ ମାଡ଼ ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ ହୋଇପଡ଼ିଛି। ଏମର୍ଜେନ୍ସୀକୁ ଛାଡ଼ି ଅନ୍ୟ ସବୁ ବିଭାଗ ବନ୍ଦ ରହିଛି। ଫଳରେ ରୋଗୀସେବା ଏକପ୍ରକାର ଠପ୍ ହୋଇଯାଇଛି।
ସୂଚନା ଅନୁଯାୟୀ, ଗତ ରାତିରେ ଅଜୟ ମହାରଣା ଆଳି ଡାକ୍ତରଖାନାରେ ଦାୟିତ୍ୱରେ ଥିଲେ। ଉକ୍ତ ସମୟରେ ୪ ଯୁବକ ସେଠାରେ ପହଞ୍ଚି ତାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲେ। ମାତ୍ର ସେ ଦେବାକୁ ମନା କରିଦେବାରୁ ଉତ୍ତ୍ୟକ୍ତ ଯୁବକମାନେ ତାଙ୍କୁ ମାଡ଼ ମାରିଥିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ଏହାପରେ ସେଠାରେ ଉପସ୍ଥିତ ଅନ୍ୟ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଆସିବାରୁ ଉକ୍ତ ଯୁବକମାନେ ସେଠାରୁ ପଳାଇଥିଲେ।
ଡାକ୍ତର ମହାରଣା ଆଜି ଆଳି ଥାନାରେ ଏନେଇ ଅଭିଯୋଗ କରିବା ପରେ CDMOଙ୍କୁ ଦେଖା କରିଛନ୍ତି। ଏପଟେ ଡାକ୍ତରଙ୍କୁ ସମର୍ଥନ କରି ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ ହୋଇପଡ଼ିଛି।
from Odisha Reporter https://ift.tt/3a1P6CR
No comments:
Post a Comment