ସୁନାପୁର ବେଳାଭୂମିରେ ୨ କୁଇଣ୍ଟାଲର ସାର୍କ ମାଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ସୁନାପୁର ବେଳାଭୂମିରେ ୨ କୁଇଣ୍ଟାଲର ସାର୍କ ମାଛ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ୨ କୁଇଣ୍ଟାଲ ଓଜନର ହ୍ୱେଲ୍ ସାର୍କ ମାଛର ମୃତ୍ୟୁ ଘଟିଛି। ଗତକାଲି ମାଛଟି ଜୀବନ୍ତ ଅବସ୍ଥାରେ କୂଳରେ ଲାଗିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ଓ ପିଲାମାନେ ଏହାକୁ ଦେଖି ସମୁଦ୍ର ଭିତରେ ଛାଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ମାଛଟିର ମୃତ୍ୟୁ ଘଟିଥିଲା। ଏହାର ଲମ୍ବ ପ୍ରାୟ ୧୫ ଫୁଟ୍ ହେବ। ତେବେ ଆଜି ମୃତ ମାଛଟିର ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଗୋପାଳପୁର ସମୁଦ୍ର କୂଳକୁ ଏକ ବଡ଼ ସାର୍କ ଭାସି ଆସିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ମାଛଟିକୁ ସମୁଦ୍ର ଭିତରକୁ ପଠାଇ  ଦେଇଥିଲେ।



from Odisha Reporter https://ift.tt/3anFuC9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages