୨୪ ଘଣ୍ଟାରେ ଭାରତରେ କରୋନାରେ ୬ ଜଣଙ୍କର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

୨୪ ଘଣ୍ଟାରେ ଭାରତରେ କରୋନାରେ ୬ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ୨୪ ଘଣ୍ଟା ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଛି। ମୋଟ୍ ୮୫ ଜଣ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ୧୯୪ ଆକ୍ରାନ୍ତଙ୍କ ସହିତ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି। ରବିବାର ସକାଳେ ମହାରାଷ୍ଟ୍ରରୁ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ପୁଣେ, ସଙ୍ଗଲି ଏବଂ ନାଗପୁରରୁ ରହିଛନ୍ତି। କେରଳରେ ୧୮୨ ଆକ୍ରାନ୍ତ ରହିଛନ୍ତି।

ସେହିପରି ଆଜି ସକାଳେ ଅହମଦାବାଦରେ ଜଣେ ୪୫ ବର୍ଷ ବୟସ୍କ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ପାଞ୍ଚକୁ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ମୃତକ ଜଣଙ୍କ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।

ତେଲେଙ୍ଗାନାରେ ମଧ୍ୟ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୭୪। ମୃତକ ଜଣଙ୍କ ଯଦିଓ ବିଦେଶ ଯାତ୍ରା କରିନଥିଲେ। ହେଲେ ନିକଟରେ ବିମାନରେ ଦିଲ୍ଲୀ ଆସି ଫେରିଯାଇଥିଲେ। ବିଶ୍ୱର ୧୯୯ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବା ବେଳେ ୩୦, ୮୮୨ ଜଣଙ୍କର ମୃତ୍ୟୁ ଘଟିଛି। ୬୬୪,୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍‌ଡାଉନ୍ କରିଛନ୍ତି। ଦେଶରେ ଏବେ କରୋନା ତୃତୀୟ ଷ୍ଟେଜରେ ଚାଲିଥିବା ଜଣାପଡ଼ିଛି।



from Odisha Reporter https://ift.tt/2UMTvTJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages