ଜୁନ୍‌ ଯାଏ ବଢ଼ିଲା ଡିଏଲ୍, ପରମିଟ୍‌ ଏବଂ ଫିଟନେସ୍‌ ନବୀକରଣ ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ଜୁନ୍‌ ଯାଏ ବଢ଼ିଲା ଡିଏଲ୍, ପରମିଟ୍‌ ଏବଂ ଫିଟନେସ୍‌ ନବୀକରଣ ଅବଧି

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍‌ ସାର୍ଟିଫିକେଟ୍‌ ଏବଂ ଗାଡ଼ି ପରମିଟ୍‌ ଆଦିର ନବୀକରଣ କରାଇବାର ଅବଧି ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି। ୧ ଫେବୃଆରୀ ୨୦୨୦ ପରେ ଏବଂ ଜୁନ୍‌ ୩୦ ପୂର୍ବରୁ ଅବଧି ସରିଥିଲେ ମଧ୍ୟ ଏସବୁକୁ ବୈଧ ବୋଲି ବିଚାର କରାଯିବ। କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ କୁହାଯାଇଛି।

ଏପ୍ରିଲ ୧୪ ଯାଏ ଲକ୍‌ଡାଉନ୍‌ ରହିଥିବାରୁ ଏହି ସମୟରେ କାଗଜ ପତ୍ର ନବୀକରଣ କରାଇବା ଅସମ୍ଭବ ହୋଇପଡ଼ିଛି। ଏପରିକି ଲକ୍‌ଡାଉନ୍‌ ସରିବା ପରେ ମଧ୍ୟ ଯଥା ସମୟରେ ନବୀକରଣ କରାଇବା ସହଜ ହେବନି। ତେଣୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୫ରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଲକ୍‌ଡାଉନ୍‌ ନୋଟିସ୍‌ ପରେ ସବୁକିଛି ବନ୍ଦ ରହିଛି। ତେଣୁ ମୋଟର ଭେଇକିଲ ଆକ୍ଟ ୧୯୮୮ ଏବଂ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ୍ସ ୧୯୮୯ ଅନୁଯାୟୀ କରାଯିବାକୁ ଥିବା କାଗଜପତ୍ର ନବୀକରଣ କରାଇବାରେ ସମସ୍ୟା ହେଉଛି। ଏହି ନିର୍ଦ୍ଦେଶ ଅଧୀନରେ ସମସ୍ତ ପ୍ରକାରର ପରିମିଟ୍‌ ଏବଂ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ଆଦି ଆସୁଛି।

ଏହି ନିର୍ଦ୍ଦେଶରେ କୁହାଯାଇଛି, “ଏହି ନିର୍ଦ୍ଦେଶନାମାକୁ ଚିଠି ଆକାରରେ ଏବଂ କାମରେ ଲଗାଇବାକୁ ଅନୁରୋଧ କରାଯାଉଛି। ଫଳରେ ଲକ୍‌ଡାଉନ୍‌ ଭଳି ସମୟରେ ଲୋକେ, ପରିବହନ ସଂସ୍ଥା ଏବଂ ଅନ୍ୟ ସଂସ୍ଥା ଜରୁରୀକାଳୀନ ସେବାରେ ସମସ୍ୟା ଭୋଗ କରିବେନି।”



from Odisha Reporter https://ift.tt/2UtTHrQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages