ଘରେ ପଶି ଦଳି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ଘରେ ପଶି ଦଳି ଦେଲା ହାତୀ

ସମ୍ବଲପୁର (ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା କେଶାପାଲି ପଞ୍ଚାୟତର କୁଲ ଗାଁରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଯାଇଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଓ ତାଙ୍କ ନାତୁଣୀଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଉର୍ମିଳା ମିର୍ଦ୍ଧା ଓ ତାଙ୍କ ନାତୁଣୀ ରଶ୍ମିତା ମାଝୀ। ସେହିପରି ହାତୀ ଆକ୍ରମଣରେ ଉର୍ମିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଏମାନେ ସମସ୍ତ ଶୋଇଥିବା ବେଳେ ହାତୀଟି କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ଉର୍ମିଳା ଓ ତାଙ୍କ ନାତୁଣୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତା’ସହିତ ଆହତ ବୃଦ୍ଧଙ୍କୁ ଡାକ୍ତରଖାନା ପଠାଇଥିଲେ।

ସୂଚନାଯୋଗ୍ୟ, ମୃତ ରଶ୍ମିତା ଅଜା ଘରେ ରହି ପାଠ ପଢ଼ୁଥିଲେ।



from Odisha Reporter https://ift.tt/2ypZQwP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages