୨୪ ଘଣ୍ଟାରେ କରୋନା ନେଲା ୪,୩୭୮ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

୨୪ ଘଣ୍ଟାରେ କରୋନା ନେଲା ୪,୩୭୮ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ଦୌରାତ୍ମ ଦେଖିବାକୁ ମିଳିଛି। ଏହି ଘାତକ ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନାରେ ମୃତ୍ୟୁ ସଂଖ୍ୟା କମିବା ସହିତ ନୂଆ ଆକ୍ରାନ୍ତ ସପ୍ତାହେ ହେବ ଚିହ୍ନଟ ହୋଇ ନାହାନ୍ତି। ଅନ୍ୟପଟେ ଆମେରିକା, ଇଟାଲୀ, ସ୍ପେନ, ଫ୍ରାନ୍ସ ଓ ଇରାନରେ କରୋନାରେ ବିଭୀଷିକା ଦେଖିବାକୁ ମିଳିଛି। ମୋଟ୍ ୨୦୨ଟି ଦେଶରେ ଏହି ମହାମାରୀ କରୋନା ବ୍ୟାପିଛି।

ସାରା ବିଶ୍ୱରେ ୮୫୮,୬୬୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୨, ୧୫୧ ଛୁଇଁଛି। ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧୭୮,୦୯୯। ୨୪ ଘଣ୍ଟା ମଧ୍ୟରେ ଆମେରିକା, ଇଟାଲୀ, ସ୍ପେନ୍, ଫ୍ରାନ୍ସ ଏବଂ ବ୍ରିଟେନରେ ୩୩୫୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାରା ବିଶ୍ୱରେ ୪୨,୧୪୬ ଜଣ ଆକ୍ରାନ୍ତ ହୋଇଛନ୍ତି।

ଇଟାଲୀରେ ଏଯାବତ ୧୨, ୪୨୮ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକି ସର୍ବାଧିକ। ଏହାପରେ ସ୍ପେନରେ ୮,୪୬୪, ଆମେରିକାରେ ୩,୮୮୯, ଫ୍ରାନ୍ସରେ ୩,୫୨୩, ଚାଇନାରେ ୩,୩୦୫, ଇରାନରେ ୨,୮୯୮, ବ୍ରିଟେନରେ ୧,୭୮୯ ଏବଂ ନେଦରଲ୍ୟାଣ୍ଡରେ ୧,୦୩୯ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କୌଣସି ଦେଶର ମୃତ୍ୟୁ ସଂଖ୍ୟା ଚାରି ଅଙ୍କ ଛୁଇଁ ନାହିଁ। ଏବେ ସ୍ପେନ, ଫ୍ରାନ୍ସ, ଇଟାଲୀ ଏବଂ ଆମେରିକାରେ ମୃତ୍ୟୁ ସଂଖ୍ୟା ବଢ଼ିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଇରାନରେ ୨୪ ଘଣ୍ଟା ମଧ୍ୟରେ ୧୪୧ ଜଣଙ୍କର ମୃତ୍ୟୁ ହୋଇଛି।



from Odisha Reporter https://ift.tt/2WWJB4q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages