ଲକ୍‌ଡାଉନ୍: ମଦ କିଣିନପାରି ୨ ଜଣଙ୍କର ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

ଲକ୍‌ଡାଉନ୍: ମଦ କିଣିନପାରି ୨ ଜଣଙ୍କର ଆତ୍ମହତ୍ୟା

କନ୍ନୁର: କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍‌ଡାଉନ୍। ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀ ଓ ସେବା ବ୍ୟତୀତ ବାକି ସମସ୍ତ ସେବା ବନ୍ଦ ରହିଛି। ମଦ ପାଖରୁ ଆରମ୍ଭ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ପଡ଼ିଛି। ହେଲେ କେରଳରେ ଦୁଇ ଜଣ ଯୁବକ ମଦ ନ ପାଇବାରୁ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।

ଶନିବାର କନ୍ନୁରର ଅଞ୍ଜାରକଣ୍ଡି ଅଞ୍ଚଳରେ କନ୍ନଡୀ ବେଲିଚମ ବାସିନ୍ଦା ୨୮ ବର୍ଷୀୟ ଯୁବକ କେସି ବିଜିଲ ମଦ ନପାଇ ଆତ୍ମହତ୍ୟା କରିଛି। ଯୁବକ ଜଣଙ୍କର ମୃତ ଶରୀର ତାଙ୍କ ଘରୁ ଉଦ୍ଧାର ହୋଇଛି। ପୁଲିସ କହିଛି ମୃତକ ଜଣଙ୍କ ନିଶାଗ୍ରସ୍ତ ଥିଲା। ଲକ୍‌ଡାଉନ୍ ପାଇଁ ମଦ ଦୋକନା ବନ୍ଦ ରହିଛି। ଶେଷରେ ବାଧ୍ୟ ହୋଇ ଏଭଳି ଚରମ ପଦକ୍ଷେପ ନେଇଛି। ଛାତରେ ଦଉଡି ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛି ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି।

ସେହିପରି କୋଲ୍ଲମରେ ମଧ୍ୟ ଜଣେ ୩୮ ବର୍ଷୀୟ ଯୁବକ ସୁରେଶ ମଦ ନପାଇବାରୁ ଦଉଡି ଲଗାଇ ଆତ୍ମହତ୍ୟା କରିଛି। ମୃତକ ଜଣଙ୍କ କନ୍ନୁରର କୁଣ୍ଡାରା ଅଞ୍ଚଳର। ପରିବାର ଲୋକଙ୍କ ମତାମତ ନେବା ପରେ ପୁଲିସ କହିଛି, ସୁରେଶ ନିଶାଗ୍ରସ୍ତ ଥିଲା। ପ୍ରତିଦିନ ମଦ ପିଉଥିଲା। ହେଲେ ଲକ୍‌ଡାଉନ୍ ପାଇଁ କିଛି ଦିନ ହେବ ମଦ ଦୋକାନ ବନ୍ଦ ରହିଛି। ତେଣୁ ମଦ ନପାଇ ଅବସାଗ୍ରସ୍ତ ହୋଇଯାଇଥିଲା। ଏହାପରେ ଆତ୍ମହତ୍ୟା କରିଛି।
ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସ ଏବେ ବ୍ୟାପିଛି। ଏଯାଏ କରୋନାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ କେରଳ ଦ୍ୱିତୀୟ ସ୍ଥାନରେ ରହିଛି।



from Odisha Reporter https://ift.tt/2QUgLxP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages