ଚୋରା ଦେଶୀ ମଦ ଜବତ; ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

ଚୋରା ଦେଶୀ ମଦ ଜବତ; ଜଣେ ଗିରଫ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିଗିରିଆ ଗାଁ ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘରୁ ଭଦ୍ରକ ଅବକାରୀ ବିଭାଗ  ୧୫୦୦ ଲିଟର  ଚୋରା ଦେଶୀ ମଦ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ।

ଏହି ଘଟଣାରେ ସିରାପୁର ଗାଁର ମନୋଜ ମହାରଣାକୁ ଗିରଫ କରାଯାଇଛି। ତେବେ ଅନ୍ୟ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି। ସେମାନେ ହେଲେ ତିଗିରିଆ ଗାଁର  ପବିତ୍ର ଜେନା ଓ ମିର୍ଜାପୁର ଗାଁର ନୁଥୁରି ବେହେରା।

ଗତକାଲି ଭଦ୍ରକ ଅବକାରୀ ବିଭାଗର ଏକ ଟିମ୍‌ ତିଗିରିଆ ଗ୍ରାମାଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସେହି ଅଞ୍ଚଳରେ  ଚୋରା ମଦ ଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା।

ଏହାପରେ ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ  ଗଠିତ  ଏକ ସ୍କ୍ୱାର୍ଡ  ଚଢାଉ କରି  ୧୫୦୦ ଲିଟର  ଚୋରା ଦେଶୀ ମଦ  ଜବତ କରିଥିଲା।



from Odisha Reporter https://ift.tt/3bvFtwv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages