ନ୍ୟୁୟର୍କ: କରୋନା ଭାଇରସ (କୋଭିଡ-୧୯)ର ଉତ୍ପତ୍ତୀ ନେଇ ସୋଶାଲ ମିଡିଆ ଏବଂ ବିଭିନ୍ନ ମିଡିଆରେ ଅନେକ କଥା ଦେଖିବାକୁ ମିଳୁଛି। ହେଲେ ଏହା ଚୀନ ଦ୍ୱାରା ପ୍ରସ୍ତୁତ ମାନବ ବୋମା ନା ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଛି ଏହି କିଲର କରୋନା ଭାଇରସ ତାହା ଏଯାଏ ସ୍ପଷ୍ଟ ହୋଇନି। ଏହାରି ଭିତରେ କରୋନାର ସୃଷ୍ଟି ମନୁଷ୍ୟକୃତ ନା ପ୍ରାକୃତିକ ଜାଣିବା ପାଇଁ ବୈଜ୍ଞାନିକମାନେ ଏକ ଯନ୍ତ୍ରାଂଶ ତିଆରି କରିଛନ୍ତି।
ହୁ ହୁ ହୋଇ ଏହି ଭାଇରସ ଗୋଟିଏ ପରେ ଗୋଟିଏ ଦେଶକୁ କବଳିତ କରୁଛି। ଏହାର ନିରାକରଣ ପାଇଁ ଅନେକ ବିଶ୍ୱର ବୈଜ୍ଞାନିକମାନେ ମଧ୍ୟ ଲାଗି ପଡ଼ିଛନ୍ତି। ଭର୍ଜିନିଆର ସୋସାଇଟି ଫର୍ ରିସ୍କ୍ ଆନାଲିସିସ୍ ଏହି ଯନ୍ତ୍ରାଶ ବିକଶିତ କରିଛି। ଏହାର ନାମ ଗ୍ରୁନୋ-ଫିଙ୍କେ ମୂଲ୍ୟାଙ୍କନ ଉପକରଣ (GFT) ରହିଛି। ଏହା କରୋନାଭାଇରସ୍ ରୋଗ ପ୍ରାକୃତିକ ନା ଅସ୍ୱାଭାବିକ ବୋଲି ଜାଣିବାରେ ସହଯୋଗ କରିବ।
ଏହି GFT ରେ ୧୧ ଟି ମାନଦଣ୍ଡ ରହିଛି। ଯଦି ୬୦ଟି ସମ୍ଭାବ୍ୟ ପଏଣ୍ଟ ମଧ୍ୟରୁ ୩୦ ପଏଣ୍ଟରୁ କମ୍ ରୁହେ ତା’ହେଲେ ଏହି ଭାଇରସ ମନୁଷ୍ୟକୃତ ବୋଲି ଜଣାପଡ଼ିବ। ଅର୍ଥାତ୍ ଲାବରୋଟୋରୀରେ ଏହି ଭାଇରସର ବିକାଶ କରାଯାଇଛି। ଯଦି ଏହା ଅପ୍ରାକୃତିକ ଭାବରେ ସୃଷ୍ଟି ହୋଇଥିବ ତାହେଲେ ସେଠିକାର ବାୟୁ, ମାଟି ଏବଂ ପାନୀୟ ଓ ଭୂପୃଷ୍ଠରେ ଅସାମାନତା ରହିଥିବ ବୋଲି ଆକଳନ କରିଛନ୍ତି ବୈଜ୍ଞାନିକ।
ସୂଚନାଯୋଗ୍ୟ, ଏହି ଭାଇରସ ଚୀନର ହୁବେଇ ରାଜ୍ୟର ଉହାନ ସହରରୁ ଏହି ଭାଇରସ ବ୍ୟାପିଛି ବୋଲି କୁହାଯାଉଛି। ଭାଇରସର ସୃଷ୍ଟି ନେଇ ଚାଇନା ନିରବ ରହିଛି। ଭାଇରସ ବାବଦରେ ଅଧିକ ଗବେଷଣା କରିବାକୁ ଆମେରିକା ସରକାର ପ୍ରସ୍ତାବ ଦେଇଥିଲେ। ହେଲେ ଚାଇନା ସରକାର ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ନିକଟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋ କହିଥିଲେ।
from Odisha Reporter https://ift.tt/2WJaF7j
No comments:
Post a Comment