କରୋନା ପାଇଁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଶୋ’ ବାତିଲ କଲେ ରହମାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

କରୋନା ପାଇଁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଶୋ’ ବାତିଲ କଲେ ରହମାନ୍

ମୁମ୍ବାଇ: କରୋନା ଯୋଗୁ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏ.ଆର୍ ରହମାନ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି। ଚଳିତ ବର୍ଷ ମେ’ ଓ ଜୁନ୍ ମାସରେ ଉତ୍ତର ଆମେରିକାରେ ତାଙ୍କର କିଛି କାର୍ଯ୍ୟକ୍ରମ ରହିଥିଲା। ଏଗୁଡ଼ିକୁ ସେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ବାତିଲ କରି ଦେଇଛନ୍ତି। ସେ ଟ୍ୱିଟ୍ କରି ଏ ବାବଦରେ ସୂଚନା ଦେଇଛନ୍ତି।

ଉତ୍ତର ଆମେରିକାର ଫ୍ୟାନ୍‌ମାନଙ୍କ ଉଦ୍ଦେଶ୍ୟରେ ରହମାନ କହିଛନ୍ତି, ସେତେବେଳେ ଆମେ ଏକାଠି ହେବା ଓ ସଂଗୀତର ଆଦାନପ୍ରଦାନ କରିବା। ମୁଁ ଏନେଇ ନିୟମିତ ବ୍ୟବଧାନରେ ଆପଣମାନଙ୍କୁ ଅପ୍‌ଡେଟ୍ କରିବି। ମୁଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇ ପ୍ରାର୍ଥନା କରୁଛି।

ସେ ଲେଖିଛନ୍ତି, “ସାରା ବିଶ୍ୱରେ ଥିବା ମୋର ବିଶ୍ୱସ୍ତ ଫ୍ୟାନ୍‌ମାନଙ୍କୁ ସଙ୍ଗୀତ ଦେବା ଛଡ଼ା ମୋ ପାଇଁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଦୁର୍ଭାଗ୍ୟବଶତଃ ଏହା ଏକ ସମୟ ଯେତେବେଳେ ଆମେ ଆମ ଘରେ ପରିବାର ଲୋକଙ୍କ ସହିତ ରହିବା ଉଚିତ୍।  ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମ ସମସ୍ତଙ୍କୁ ଆମ ପରିବାର ସହିତ ଆମ ଘରେ ରହିବାକୁ ପଡିବ। ତେଣୁ ମୋ ପ୍ରଶଂସକ, ପରିବାର, ବ୍ୟାଣ୍ଡ ପାଇଁ ମୁଁ ଏହି ଗସ୍ତକୁ ବାତିଲ କରୁଛି।”

ରହମାନ କହିଛନ୍ତି ଯେ, ସେ ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପାଇଁ ପ୍ରାର୍ଥନା କରୁଛନ୍ତି.

ସୂଚନାନୁଯାୟୀ, କରୋନା ପାଇଁ ଏହି ବର୍ଷ ଅନେକ କଳାକାର ସେମାନଙ୍କ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ବିଶ୍ୱ ମହାମାରୀ କରୋନା ଭୂତାଣୁ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଛି। କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ପୂରା ଦେଶ ଲକ୍‌ଡାଉନ୍‌ରେ ରହିବ।



from Odisha Reporter https://ift.tt/39qqWRc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages