କରୋନା ନେଲା ଆଉ ଏକ ଜୀବନ, ମୃତ୍ୟୁସଂଖ୍ୟା ୩ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

କରୋନା ନେଲା ଆଉ ଏକ ଜୀବନ, ମୃତ୍ୟୁସଂଖ୍ୟା ୩

ମୁମ୍ବାଇ: କରୋନା ଭୂତାଣୁ ଭାରତରେ ତୃତୀୟ ମୁଣ୍ଡ ନେଇଛି। ମହାରାଷ୍ଟ୍ରରେ ଏଭଳି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ଏହା ପୂର୍ବରୁ ପ୍ରଥମେ କର୍ଣ୍ଣାଟକାରେ ଏବଂ ପରେ ଦିଲ୍ଲୀରେ ୨ ଜଣଙ୍କର ଜୀବନ ଯାଇଥିଲା।

ଆଜି ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ମୃତ୍ୟୁବେଳକୁ ୬୪ ବର୍ଷ ବୟସ ହୋଇଥିଲା।
ମାର୍ଚ୍ଚ ୧୭ ସୁଦ୍ଧା ମୋଟ ୧୨୫ ଜଣଙ୍କଠାରେ କରୋନା (କୋଭିଡ୍‌-୧୯) ଭୂତାଣୁ ପଜିଟିଭ୍‌ ରହିଥିବା ଚିହ୍ନଟ କରାଯାଇ ସାରିଛି। ଏମଧ୍ୟରୁ କେବଳ ମହାରାଷ୍ଟ୍ରରେ ସର୍ବାଧିକ ୩୯ ଜଣ। ମହାରାଷ୍ଟ୍ରରେ ୩ ଜଣ ବିଦେଶୀଙ୍କଠାରେ କରୋନା ଚିହ୍ନଟ କରାଯାଇଛି।

ସର୍ବପ୍ରଥମେ କର୍ଣ୍ଣାଟକାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେ ସାଉଦି ଆରବରୁ ଫେରିଥିଲେ। ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା କରାଯାଉଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହା ପରେ ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଆରଏମ୍ଏଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ପ୍ରାଣ ହରାଇଥିବା ମହିଳାଙ୍କର ଉକ୍ତ ରକ୍ତଚାପ ଓ ଡାଇବେଟିସ୍‌ ଥିଲା।

ବୃଦ୍ଧାଙ୍କ ୪୬ ବର୍ଷୀୟ ପୁଅ ନିକଟରେ ଜାପାନ, ଇଟାଲୀ ଓ ଜେନେଭା ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭାଇରସ୍‌ ଥିବା ଜଣାପଡ଼ିଥିଲା। ବୃଦ୍ଧା ଜଣଙ୍କ ତାଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଉଭୟଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବେ ବି ଚିକିତ୍ସିତ ହେଉଛନ୍ତି।



from Odisha Reporter https://ift.tt/39WSHlx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages