ଉଡୁପି: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଜଣେ ୫୫ ବର୍ଷୀୟ ବ୍ୟକ୍ତି ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। କର୍ଣ୍ଣାଟକାର ଉଡୁପି ଜିଲ୍ଲାରେ ଏହି ଘଟଣା ଘଟିଛି।
ବ୍ୟକ୍ତି ଜଣଙ୍କ କର୍ଣ୍ଣାଟକା ଷ୍ଟେଟ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନରେ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ତାଙ୍କ ମୃତଦେହ ଘର ପଛରେ ଥିବା ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା।
ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ଏକ ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି ଯେ “ମୁଁ କରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରୁଛି। ଏଥିପାଇଁ ମୋ ପରିବାର ଲୋକଙ୍କ ସୁରକ୍ଷା ପାଇଁ ମୁଁ ସବୁଦିନ ପାଇଁ ଚାଲି ଯାଉଛି।”
ବ୍ୟକ୍ତି ଜଣଙ୍କର କରୋନା ଭୂତାଣୁ ସଂକ୍ରମିତ ହେବାର କୌଣସି ଲକ୍ଷଣ ନଥିଲା। ସେହିପରି ସେ କେବେ ହେଲେ ଡାକ୍ତରଙ୍କ ପାଖକୁ ମଧ୍ୟ ଯାଇ ନଥିଲେ। ତଥାପି ସେ କାହିଁକି ଏମିତି କଲେ ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି। ପୁଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/3dt37LP
No comments:
Post a Comment